କଟକ କନିକା ଛକରେ ନକଲି କରୋନା ଔଷଧ ‘ଫାଭିପିରାଭିର୍‌’: ୧୭୦ ପେଟି ଭର୍ତ୍ତି ୧୭ହଜାର ଟାବଲେଟ ଜବତ

ଭୁବନେଶ୍ୱର: କଟକସ୍ଥିତ କନିକା ଛକର ଏକ ମେଡ଼ିସିନ ଷ୍ଟୋରରୁ ଡ୍ରଗ୍ସ କ​‌େ​‌ଣ୍ଟ୍ରାଲ ସ୍କ୍ବାଡ ଦ୍ବାରା ବିପୁଳ ପରିମାଣର ନକଲି ଫାଭିପିରାଭିର୍‌ ମେଡିସିନ୍‌ ଜବତ ହୋଇଛି। ୧୭୦ ପେଟି ଭର୍ତ୍ତି ୧୭ହଜାର ଟାବଲେଟ ଜବତ। ଜବତ ଫାଭିପିରାଭିର ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି। କିଛି ପରିମାଣର ନକଲି ଫାଭିପିରାଭିର ଗ୍ବାଲିୟରକୁ ପଠାଯାଇଛି। ନକଲି ଔଷଧ ନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି। କନିକା ଛକରେ ଫାଭିପିରାଭିର ଔଷଧ ଏକ ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍‌ ମେଡିସିନ୍‌ ବିକ୍ରି ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ପକ୍ଷରୁ ଉକ୍ତ ମେଡ଼ିସିନ ଷ୍ଟୋରରେ ଚଢ଼ାଉ କରିଥିଲା। ସେହି ମେଡିସିନ୍‌ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍‌ ଔଷଧ ଜବତ ହୋଇଛି। ସେଥିରେ ୧୭ ହଜାର ଟାବଲେଟ ଥିବା ଜଣାପଡ଼ିଛି। ଜବତ ହୋଇଥିବା ଫାଭିପିରାଭିର୍ ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ କଟକରୁ ଜବତ ହୋଇଥିବା ଫାଭିପିରାଭିର୍‌ ଔଷଧ ଉତ୍ତରପ୍ରଦେଶରୁ ଆସିଛି। ସେହି ଔଷଧ ଓଡ଼ିଶା ସହିତ ମଧ୍ୟପ୍ରଦେଶକୁ ମଧ୍ୟ ଯାଇଛି। ଏ ସଂକ୍ରାନ୍ତରେ ମଧ୍ୟପ୍ରଦେଶ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ପ୍ରକାଶ କରିଛନ୍ତି। ତେବେ କଟକରୁ ଜବତ ହୋଇଥିବା ଫାଭିପିରାଭିର୍‌ ଔଷଧ ଆଉ କେଉଁ ସହରକୁ ଯାଇଛି, ତାହା ଜଣାପଡ଼ିନାହିଁ। ଏବେ ତାହା ଉପରେ ଉପରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର୍‌ ଔଷଧ ବ୍ୟବହାର ହେଉଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଫାଭିପିରାଭିର ଔଷଧ ଦିଆଯାଉଛି। ଯେଉଁଥିପାଇଁ ଲୋକମାନେ ମନଇଚ୍ଛା ଫାଭିପିରାଭିର୍‌ ଔଷଧକୁ କିଣିନେଇ ଘରେ ଗଚ୍ଛିତ ରଖୁଛନ୍ତି। ଯାହାଫଳରେ ବଜାରରେ ଫାଭିପିରାଭିର୍‌ ଔଷଧର ଅଭାବ ଦେଖାଦେଉଛି। ଏହାର ସୁଯୋଗ ନେଇ କିଛି ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର୍‌ ଔଷଧ ତିଆରି କରି ବଜାରକୁ ଛାଡୁଥିବା ଜଣାପଡ଼ିଛି।

Comments are closed.