www.samajalive.in
Monday, December 15, 2025
16.1 C
Bhubaneswar

ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ କରିବ ଚୀନ୍‍

ନୂଆଦିଲ୍ଳୀ: ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗିତା ପାଇଁ ଚୀନ୍‍ ରାଜି ହୋଇଛି। ଏଥିସହିତ ଡୋକଲାମ୍‍ ପରି ବିବାଦକୁ ଏଡ଼ାଇବା ପାଇଁ ଦୁଇ ଦେଶର ସେନା ମଧ୍ୟରେ ବହୁସ୍ତରୀୟ ଆଲୋଚନା ପାଇଁ ମଧ୍ୟ ଚୀନ୍‍ ଆଗ୍ରହ ପ୍ରକାଶ କରିଛି।
ଗୁୁରୁବାର ନୂଆଦିଲ୍ଲୀଠାରେ ଭାରତ ଓ ଚୀନ୍‍ ମଧ୍ୟରେ ଦୁଇଘଣ୍ଟିଆ ବୈଠକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ୍‍ ଓ ଚୀନ୍‍ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏହି ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି। ବିଶେଷକରି ୩୫୦୦ କିମି ପରିବ୍ୟାପ୍ତ ଭାରତ-ଚୀନ୍‍ ସୀମାରେ ଶାନ୍ତି ଓ ନିରାପତ୍ତା ପ୍ରସଙ୍ଗରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ଦୁଇ ଦେଶର ସେନାବାହିନୀ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା, ସୀମା ପାର ଆତଙ୍କବାଦ ସମସ୍ୟା, ଆଫ୍‍ଗାନିସ୍ତାନ୍‍ରେ ସ୍ଥିରତା, ଦକ୍ଷିଣ ଚୀନ ସାଗରେ ଜାହାଜ ଓ ବିମାନ ଚଳାଚଳ କଟକଣା ଉଚ୍ଛେଦ, ଚୀନ୍‍-ପାକିସ୍ତାନ ଇକନୋମିକ କରିଡର ପ୍ରସଙ୍ଗରେ ମଧ୍ୟ ସିଥାରମଣ ଗୁରୁତ୍ୱଆରୋପ କରିଥିଲେ। ଚୀନ୍‍-ପାକିସ୍ତାନ ଇକନୋମିକ କରିଡର ଦ୍ୱାରା ଭାରତର ସାର୍ବଭୌମ ପ୍ରତି ବିପଦ ସୃଷ୍ଟି ହେଉଥିବା ସିଥାରମଣ ତାଙ୍କ ଚୀନ୍‍ ପ୍ରତିପକ୍ଷଙ୍କୁ କହିଥିଲେ।
ଗତ ଏପ୍ରିଲ୍‍ ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ହୁଆନ୍‍ ଶୀର୍ଷ ସମ୍ମିଳନୀରେ ହୋଇଥିବା ରାଜିନାମାର କାର୍ଯ୍ୟାନ୍ୱୟନ ଉପରେ ଭାରତ ଓ ଚୀନ୍‍ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories