www.samajalive.in
Sunday, December 7, 2025
16.1 C
Bhubaneswar

ଡିସେମ୍ବର ଶେଷ ସୁଦ୍ଧା ଉପଲବ୍ଧ ହେବ ୨୦୦ କୋଟିରୁ ଊର୍ଦ୍ଧ୍ବ ଟିକା

କରୋନା ମହାମାରୀର ମୁକାବିଲା ପାଇଁ କୋଭିଡ ଟିକାକୁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଏବେ ଜୋରସୋରରେ ଚାଲିଛି। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକା ଯୋଗାଣ ଜାରି ରଖିଥିବାରୁ ଯଥା ସମ୍ଭବ କମ୍‍ ସମୟ ମଧ୍ୟରେ ବହୁସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇ ପାରୁଛି। ସ୍ୱଚ୍ଛତାପୂର୍ବକ ରାଜ୍ୟମାନଙ୍କୁ ବହୁସଂଖ୍ୟାରେ ଟିକା ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଟିକା ଉପଲବ୍ଧତା ସଂକ୍ରାନ୍ତରେ ମଧ୍ୟ ରାଜ୍ୟମାନଙ୍କୁ ଆଗୁଆ ଜଣାଇ ଦିଆଯାଉଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୪ କୋଟି ୬୫ ଲକ୍ଷ ଟିକା ଯୋଗାଇ ଦିଆଯାଇ ସାରିଲାଣି। ୨୩ କୋଟି ୪୭ଲକ୍ଷ ଟିକା ବ୍ୟବହାର ହୋଇଥିଲାବେଳେ ୧ କୋଟି ୧୯ଲକ୍ଷରୁ ଅଧିକ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ରହିଛି।

- Advertisement -

ନିକଟ ଭବିଷ୍ୟତରେ ଟିକା ଉପଲବ୍ଧତା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଚଳିତବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ୨୦୦ କୋଟିରୁ ଊର୍ଦ୍ଧ୍ବ ପାନ ଟିକାର ବ୍ୟବସ୍ଥା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆସନ୍ତା ୨୧ ତାରିଖରୁ ୧୮ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନଙ୍କୁ ମାଗଣା ଟିକା ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକା ଯୋଗାଇ ଦେବେ। ଗତକାଲି ସନ୍ଧ୍ୟାରେ ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେଲାବେଳେ ଶ୍ରୀ ମୋଦୀ କହିଛନ୍ତି ଦେଶର ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ। ଏଥିପାଇଁ ରାଜ୍ୟମାନଙ୍କୁ ଗୋଟିଏ ହେଲେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories