www.samajalive.in
Monday, December 15, 2025
14.1 C
Bhubaneswar

ମଙ୍ଗଳବାର ରାଶିଫଳ ୦୮.୦୬.୨୦୨୧

ମେଷ: ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ଅନ୍ତର୍ନିହିତ ଗୁଣର ପ୍ରସାର ଘଟାଇ ପାରନ୍ତି। ଉପାର୍ଜନ କ୍ଷମତା ଦ୍ବିଗୁଣିତ ହୋଇପାରେ। ଶାରୀରିକ ଶକ୍ତି ବୃଦ୍ଧି ପାଇବ। ସ୍ବାସ୍ଥ୍ୟବାନ୍‌ ହେବେ। ଅପରାହ୍ଣରେ ବ୍ୟୟବୃଦ୍ଧି ଘଟିପାରେ।
ବୃଷ: ପର ଧନରେ ଧନୀ ହୋଇପାରନ୍ତି। ମହିଳା ଗୋଷ୍ଠୀର ସହାଯ୍ୟକାରୀ ଭାବେ ପ୍ରଶଂସାର ପାତ୍ର ହେବେ। ରଜତ ଧନଦ୍ବାରା ଧନଶାଳୀ ହେବେ। ରସିକତାରୁ ବାଚାଳତା ଦେଖାଦେଇ ପାରେ। ଅଯଥା ଖର୍ଚ୍ଚାନ୍ତ ହେବେ।
ମିଥୁନ: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଭୋଗବିଳାସରେ ସମୟ ଅତିବାହିତ କରିପାରନ୍ତି। ଗୁଣଜ୍ଞ ହେବେ। ମନପ୍ରସନ୍ନ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।
କର୍କଟ: ସରକାରୀ ଅର୍ଥ ପାଇ ଖୁସି ହେବେ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଗୃହ ପରିବେଶ ସ୍ବଚ୍ଛ ଓ ନିର୍ମଳ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁକିଛି ମିଳିପାରେ। ବହୁବିଧ ଧନର ଅଧିକାରୀ ହେବେ। ଗୁଣବାନ୍‌ ହୋଇପାରନ୍ତି।
ସିଂହ: ଧନବାନ୍‌ ହେବେ। ଦାମ୍ପତ୍ୟ ସୁଖ ମିଳିବ। ପଶୁପାଳନରେ ଦୟାଭାବରୁ ଧର୍ମ ଅର୍ଜନ କରିପାରନ୍ତି। ନୃତ୍ୟ ସଙ୍ଗୀତ ପ୍ରିୟ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଖ୍ୟାତ୍‌ କାର୍ଯ୍ୟ କରି ଜନପ୍ରିୟ ହେବେ।
କନ୍ୟା: ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖ, ଐଶ୍ବର୍ଯ୍ୟ ଭୋଗ କରିପାରନ୍ତି। ଶତ୍ରୁ ଦମନବେଳେ ସାମାନ୍ୟ ଆଘାତ ଲାଗିପାରେ। ତେଜୀୟାନ୍‌ ଓ ଧନଭୋଗୀ ହେବେ।
ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବନ୍ଧୁ ସହାୟତା ମିଳିପାରେ। ବାଣିଜ୍ୟ କାରବାର ଉତ୍ତମ ମାନର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହୋଇପାରେ।
ବିଛା: ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି। ରାଜପୂଜା ମିଳିପାରେ। ଯାନବାହନ ଯୁକ୍ତ ହୋଇପାରନ୍ତି। ବହୁ ଅନୁଗତଙ୍କ ଆସ୍ଥାଭାଜନ ହେବେ। ଦୀନ, ଦରିଦ୍ରଙ୍କୁ ଅକାତରେ ଅନ୍ନାଦି ଦାନ କରି ଆତ୍ମସନ୍ତୋଷ ଲାଭ କରିବେ।
ଧନୁ: ନିରବରେ ଯାହା ଚିନ୍ତା କରିବେ; ତା’ର ପ୍ରତିଫଳନ କାର୍ଯ୍ୟରେ ଦେଖା ଦେଇପାରେ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ଅଧ୍ୟୟନରତ ହୋଇପାରନ୍ତି। କନ୍ୟାରତ୍ନ ପାଇଁ ଗର୍ବିତ ହେବେ।
ମକର: ମାନ-ଅଭିମାନର ବଶବର୍ତ୍ତୀ ହେବେ। ତୃଣଭୋଜୀ ପ୍ରାଣୀ ପୋଷଣର ସୁଖ ଅନୁଭବ କରିପାରନ୍ତି। ଅନ୍ନ ଦାନାଦି କରିପାରନ୍ତି। ନିଜ ରୋଜଗାରରେ ଧନୀ ହେବେ। କୃଷିରୁ ଲାଭ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ।
କୁମ୍ଭ: ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ବ୍ରାହ୍ମଣମାନଙ୍କର ମିତ୍ର ହେବେ। ପରୋପକାରୀ ହେବେ। ଅନ୍ୟକୁ ପ୍ରବୋଧନା ଦେବାରେ ସିଦ୍ଧହସ୍ତ ହୋଇପାରନ୍ତି। ରାଜ ପୂଜ୍ୟ ହେବେ।
ମୀନ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ସ୍ବୀକୃତି ଲାଭ କରିବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ। ଅତି ସୁଖୀ ହୋଇପାରନ୍ତି। କୀର୍ତ୍ତିମାନ ଓ ସହିଷ୍ଣୁ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories