www.samajalive.in
Saturday, December 6, 2025
23.1 C
Bhubaneswar

ଢ଼େଙ୍କାନାଳ ଜିଲ୍ଲାରେ ସାମୂହିକ ପ୍ରୟାସରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରାଯାଉଛି : ଧର୍ମେନ୍ଦ୍ର ପ୍ରଧାନ

-ଲୋକାର୍ପିତ କୋଭିଡ୍‍ ହସ୍ପିଟାଲ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ସହାୟକ ହେବ
-ହସ୍ପିଟାଲକୁ ଅନ୍ତତଃ ୩ ମାସ ଚଲାଇବା ପାଇଁ ଟାଟା ଷ୍ଟିଲ ବିଏସଏଲର ଅଧ୍ୟକ୍ଷଙ୍କୁ ପରାମର୍ଶ

-ଢ଼େଙ୍କାନାଳ କାମାକ୍ଷାନଗରରେ ଆନୁଷଙ୍ଗିକ ଭିତିଭୂମି ସହ ୧୫୦ ଶଯ୍ୟାର କୋଭିଡ୍‍ ହସ୍ପିଟାଲ ଖୋଲିବା ପାଇଁ ଓନଜିସିକୁ ଦାୟିତ୍ୱ ଦିଆଯାଇଛି
-ପାଲଲହଡ଼ାରେ ଆନୁଷଙ୍ଗିକ ଭିତିଭୂମି ସହ ୫୦ଟି ଶଯ୍ୟା ସହ କୋଭିଡ୍‍ ନିଦାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚପିସିଏଲକୁ ଦାୟିତ୍ୱ ଦିଆଯାଇଛି
-ସମଗ୍ର ଭାରତବର୍ଷରେ ମେ ଏବଂ ଏପ୍ରିଲ ମାସରେ ୩ ଲକ୍ଷ ମେଟ୍ରିକ ଟନ୍‍ ଅମ୍ଳଜାନ ଉତ୍ପାଦନ କରାଯାଇଛି
-ଏହି ସମୟ ଅବଧିରେ ଓଡ଼ିଶାରେ ୩୮ ହଜାର ମେଟ୍ରିକ ଟନ୍‍ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ କରାଯାଇଛି

- Advertisement -

ଭୁବନେଶ୍ୱର/ଢ଼େଙ୍କାନାଳ :  ଅନୁଗୁଳ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ସାମୂହିକ ପ୍ରୟାସରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରାଯାଉଛି ବୋଲି ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ଢ଼େଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦ ଠାରେ ଟାଟା ଷ୍ଟିଲ ବିଏସଏଲ ସହଯୋଗରେ ପ୍ରତିଷ୍ଠା ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍ପିଟାଲର ଲୋକାର୍ପଣ କରିବା ଅବସରରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଗାମୀ ଦିନର ସମ୍ଭାବ୍ୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ। ଅନୁଗୁଳ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ସାମୂହିକ ପ୍ରୟାସରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍‍ କରାଯାଉଥିବା ବେଳେ କରୋନାର ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ସମ୍‍ ହସ୍ପିଟାଲ ସହଯୋଗରେ ଆନୁଷଙ୍ଗିକ ଭିତିଭୂମି ସହ ୧୫୦ ଶଯ୍ୟାର କୋଭିଡ୍‍ ହସ୍ପିଟାଲ ଖୋଲିବା ପାଇଁ ଓନଜିସିକୁ ଦାୟିତ୍ୱ ଦିଆଯାଇଛି। ପାଲଲହଡ଼ାରେ ବିଭିନ୍ନ ଆନୁଷଙ୍ଗିକ ଭିତିଭୂମି ସହ ୫୦ଟି ଶଯ୍ୟା ସହ କୋଭିଡ୍‍ ନିଦାନ କେନ୍ଦ୍ରର ପ୍ରତିଷ୍ଠା ପାଇଁ ଏଚପିସିଏଲକୁ ଦାୟିତ୍ୱ ଦିଆଯାଇଛି। ତେବେ
ଢ଼େଙ୍କାନାଳ ସମେତ ଓଡ଼ିଶାରେ ଡ଼ାକ୍ତର ଅଭାବ ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି। ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଢ଼େଙ୍କାନାଳ କଲେଜରେ ମେଡ଼ିକାଲ କଲେଜ୍‍ ଖୋଲାଯିବାର ଆବଶ୍ୟକତା ରହିଛି।
ଲୋକାର୍ପିତ କୋଭିଡ୍‍ ହସ୍ପିଟାଲ ଉପରେ ମତବ୍ୟକ୍ତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍‍ ଭୂଷଣ ଷ୍ଟିଲ୍‍ ଲିମିଟେଡ୍‍ ସହଯୋଗରେ ଅମ୍ଳଜାନ ସୁବିଧା ସହ ଏହି କୋଭିଡ୍‍ ହସ୍ପିଟାଲକୁ ବିକଶିତ କରାଯାଇଛି। ଏଠାରେ ଅମ୍ଳଜାନ ସୁବିଧା ସହ ୯୦ଟି ସାଧାରଣ ଶଯ୍ୟା ଏବଂ ଭେଂଟିଲେଟର ସହ ୧୦ଟି ଆଇସିୟୁ ଶଯ୍ୟା ରହିଛି। ଏହି କୋଭିଡ୍‍ ହସ୍ପିଟାଲ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ରୋଗୀଙ୍କୁ ସୁବିଧା ପ୍ରଦାନ କରିବ। ଲୋକାର୍ପିତ ଏହି ହସ୍ପିଟାଲକୁ ଅନ୍ତତଃ ୩ ମାସ ମାଇଁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଟା ଷ୍ଟିଲ ବିଏସଏଲର ଅଧ୍ୟକ୍ଷ ଟିଭି ନରେନ୍ଦ୍ରନଙ୍କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତବର୍ଷର ସମସ୍ତ ଷ୍ଟିଲ୍‍ କାରଖାନା ନିକଟବର୍ତୀ ଅଞ୍ଚଳରେ ଅମ୍ଳଜାନ ଆଧାରିତ କୋଭିଡ୍‍ ହସ୍ପିଟାଲ କରିବା ପାଇଁ ଆହ୍ୱାନ କରିଛନ୍ତି। ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’, ଏଭଳି ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଛନ୍ତି। ଏହି ଆହ୍ୱାନକୁ ସ୍ୱୀକାର କରି ଢ଼େଙ୍କାନାଳ ସମେତ ବିଭିନ୍ନ ସ୍ଥାନରେ କୋଭିଡ୍‍ ହସ୍ପିଟାଲ୍‍ ପ୍ରତିଷ୍ଠା କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଭାରତବର୍ଷରେ ଇସ୍ପାତ୍‍ ଉତ୍ପାଦନକାରୀ କମ୍ପାନୀମାନେ ଇସ୍ପାତ୍‍ ଉତ୍ପାଦନ କମ୍‍ କରି ଅମ୍ଳଜାନ ଉତ୍ପାଦନକୁ ବଢ଼଼ାଇ ଦେଶର ଆବଶ୍ୟକତାକୁ ପୂରଣ କରିଛନ୍ତି। ସମଗ୍ର ଭାରତବର୍ଷରେ ମେ ଏବଂ ଏପ୍ରିଲ ମାସରେ ୩ ଲକ୍ଷ ମେଟ୍ରିକ ଟନ୍‍ ଅମ୍ଳଜାନ ଉତ୍ପାଦନ କରାଯାଇଥିବା ବେଳେ କେବଳ ଇସ୍ପାତ୍‍ ଏବଂ ପେଟ୍ରୋଲିୟମ ବିଶୋଧନାଗାରରୁ ୨ ଲକ୍ଷ ମେଟ୍ରିକ୍‍ ଟନ୍‍ ଅମ୍ଳଜାନ ଉତ୍ପାଦନ କରାଯାଇଛି। ଓଡ଼ିଶାରେ ସେଲର ରାଉରକେଲା ଇସ୍ପାତ୍‍ କାରଖାନା ଏହି ସମୟ ଅବଧିରେ ୧୭ ହଜାର ମେଟ୍ରିକ୍‍ ଟନ୍‍ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ କରିଥିବା ବେଳେ ଟାଟା ଷ୍ଟିଲ, ସେଲ୍‌ଫ, ଜିନ୍ଦଲ ଇତ୍ୟାଦି ପ୍ଲାଟ୍‍ ଗୁଡ଼ିକ ସମଗ୍ର ଓଡ଼ିଶାରେ ୩୮ ହଜାର ମେଟ୍ରିକ ଟନ୍‍ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ କରି ଦେଶର ଆବଶ୍ୟକତାକୁ ପୂରଣ କରିଛନ୍ତି। ଓଡ଼ିଶାର ଏହି କାର୍ଯ୍ୟକୁ ଦେଶ ସବୁଦିନ ପାଇଁ ମନେ ରଖିବ ବୋଲି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଟିକାକରଣକୁ ଜନଆନ୍ଦୋଳନ କରିବା ଉପରେ ମଧ୍ୟ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଇସ୍ପାତ୍‍ ଓ ଖଣି ଏବଂ ପୂର୍ତି ମନ୍ତ୍ରୀ, ଢ଼େଙ୍କାନାଳ ଜିଲ୍ଲାର ସାସଂଦ ତଥା ସମସ୍ତ ବିଧାୟକ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ସାମିଲ ହୋଇଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories