www.samajalive.in
Saturday, December 6, 2025
26.1 C
Bhubaneswar

‘ସମାଜ’ ଖବର କାଗଜର ସ୍ୱାଦ ଅତୁଳନୀୟ

ଗୁଣପୁର : ମୁଁ ୧୯୬୮ ମସିହାରୁ ଆଜି ଯାଏଁ ଦୈନିକ ସମାଜ ଖବରକାଗଜ ପଢୁଛି । ସେତେବେଳେ ସମାଜ ଖବରକାଗଜ ମାତ୍ର ଦଶ ପଇସା ଥିଲା । ଆଜି ଛଅ ଟଙ୍କାରେ ପହଞ୍ଚିଲାଣି ତଥାପି ମୁଁ ଗ୍ରାହକ ଓ ନିୟମିତ ପାଠକ। ବର୍ତ୍ତମାନ ମୋତେ ୭୫ ବର୍ଷ ବୟସ ହେଲାଣି । ସମାଜ ଏକ ଖବର କାଗଜ ନୁହେଁ ଏହା ଆମ ସମାଜର ଆଇନା, ଏକ ବିପ୍ଳବ । ଏହାର ଖାଣ୍ଟି ଓଡ଼ିଆତ୍ୱ ଭାଷାର ଶୈଳୀ, ପ୍ରେରଣାଦାୟୀ ଆଲେଖ୍ୟ ମୋତେ ବେଶ ପ୍ରଭାବିତ କରିଛି । ଏହାଛଡା ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ସେବା ମନବୃତ୍ତି ନେଇ ଏହାକୁ ପ୍ରତିଷ୍ଠା କରିଥିଲେ । ଆଜି ବି ସମାଜ ଦୁର୍ଦ୍ଦିନରେ ଅସହାୟଙ୍କୁ ସହାୟତାର ହାତ ବଢେଇ ଆସିଛି । ଯାହାକି ଅନ୍ୟ କୌଣସି ଖବରକାଗଜ ରେ ଦେଖାଯାଏ ନାହିଁ । ସଦା ସର୍ବଦା ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ରେ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସମାଜ ମୋ ଜୀବନର ଏକ ଅଙ୍ଗ । ଦିନଟିଏ ସମାଜ ନ ପଢିଲେ ମୁଁ ଶାନ୍ତିରେ ରହିପାରେନା ।

ଏ ବ୍ୟକ୍ତି ଜଣକ ହେଉଛନ୍ତି ଗୁଣୁପୁର ବିକ୍ରମପୁର ନିବାସୀ ନିରଞ୍ଜନ ପଣ୍ଡା । ବୟସର ଅପରାହ୍ନରେ ବି ସମାଜ ପଢ଼ା ରେ ନିମଗ୍ନ । ପୁରାଣ ଶାସ୍ତ୍ର ବିଶେଷ କରି ରାମାୟଣ, ମହାଭାରତ, ଭାଗବତ ଶାସ୍ତ୍ରରେ ତାଙ୍କର ପାଣ୍ଡିତ୍ୟ ରହିଛି । ଏହିଭଳି ମହାନ ବ୍ୟକ୍ତଙ୍କୁ ନିୟମିତ ପାଠକ ଭାବେ ପାଇ ସମାଜ ଅନୁଷ୍ଠାନ ବେଶ ଗର୍ବିତ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories