www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଟିକା ପଞ୍ଜିକରଣ ପାଇଁ ଗ୍ରହଣୀୟ ହେବ ୟୁନିକ ଡିଜାବିଲିଟି କାର୍ଡ

କରୋନା ପ୍ରତିଷେଧକ ଟିକା ନେବା ପାଇଁ କୋ-ୱିନ୍‍ ପୋର୍ଟାଲରେ ପଞ୍ଜିକରଣ ବେଳେ ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ କାର୍ଡ (ୟୁନିକ ଡିଜାବିଲିଟି କାର୍ଡ) ୟୁଡିଆଇଡିକୁ ଫଟୋ ପରିଚୟ ଭାବେ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସାର୍ବଜନୀନ ଟିକାକରଣ ପ୍ରକ୍ରିୟାକୁ ଯଥାଯଥ କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ନିରନ୍ତର ଉଦ୍ୟମର ଅଂଶବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ୟୁଡିଆଇଡି କାର୍ଡକୁ କୋ-ୱିନ୍‍ ପଞ୍ଜିକରଣରେ ଫଟୋ ପରିଚୟପତ୍ର ଭାବେ ଗ୍ରହଣ କରିବାକୁ ଜଣାଇ ଦେଇଛି।

ଗତ ମାର୍ଚ୍ଚ ୨ତାରିଖ ଦିନ ଜାରି କରାଯାଇଥିବା କୋ-ୱିନ୍‍ ୨ ପାଇଁ ମାର୍ଗଦର୍ଶିକାରେ କୁହାଯାଇଥିଲା, ଯେଉଁ ୭ଟି ଫଟୋ ପରିଚୟପତ୍ର ପଞ୍ଜିକରଣ ପାଇଁ ଗ୍ରହଣ କରାଯାଇଛି ସେଗୁଡ଼ିକୁ ଟିକା ନେବା ପୂର୍ବରୁ ଯାଞ୍ଚ୍‍ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭିନ୍ନକ୍ଷମ ଓ ସଶକ୍ତିକରଣ ବ୍ୟକ୍ତିମାନଙ୍କ ପାଇଁ ବିଭାଗ ଦ୍ୱାରା ଜାରି କିମ୍ବା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଜାରି ଫଟୋ ପରିଚୟପତ୍ର ଗୁଡ଼ିକୁ କୋଭିଡ୍‍ ଟିକାକରଣ ପାଇଁ ପରିଚୟପତ୍ର ଭାବେ ଗ୍ରହଣ କରାଯାଇ ପାରିବ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories