www.samajalive.in
Sunday, December 7, 2025
26.1 C
Bhubaneswar

୧.୧୪ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ : ୨ ମାସରେ ସର୍ବନିମ୍ନ, ଆରୋଗ୍ୟ ହାର ୯୩.୬୭ %

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ଆଉ ୧ ଲକ୍ଷ ୧୪ ହଜାର ୪୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଦୀର୍ଘ ୬୦ ଦିନ ବା ୨ ମାସ ମଧ୍ୟରେ ସର୍ବନିମ୍ନ। ସେହିପରି କ୍ରମାଗତ ୧୦ ଦିନ ଧରି ଦୈନିକ ସଂକ୍ରମଣ ୨ଲକ୍ଷରୁ ନିମ୍ନରେ ରହିଛି।
ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୮ ଲକ୍ଷ ୦୯ ହଜାର ୩୩୯କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧ ଲକ୍ଷ ୮୯ ହଜାର ୨୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କ୍ରମାଗତ ୨୪ ଦିନ ଧରି ଆରୋଗ୍ୟଙ୍କ ସଂଖ୍ୟା ଆକ୍ରାନ୍ତଙ୍କଠାରୁ ଅଧିକ ରହିଛି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ରେ ପହଞ୍ଚିଛି। ଦେଶରେ କରୋନା ଆରୋଗ୍ୟ ହାର୯୩.୬୭ % କୁ ବୃଦ୍ଧି ପାଇଛି।
ଅନ୍ୟ ପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨୬୭୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯କୁ ବୃଦ୍ଧି ପାଇଛ। ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ହାର ୧.୨୦% ରହିଛି। ସଂକ୍ରତି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୭୭ ହଜାର ୭୯୯ ରହିଛି। ସକ୍ରିୟ ଆକ୍ରାନ୍ତ ହାର ୫.୧୩ %କୁ ହ୍ରାସ ପାଇଛି। ଦେଶରେ ସାପ୍ତାହିକ ସଂକ୍ରମଣ ହାର ୬.୫୪% ରହିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories