www.samajalive.in
Sunday, December 7, 2025
13.1 C
Bhubaneswar

ସନ୍ଧ୍ୟା ୭ଟା-ମୁଖ୍ୟ ଖବର

-ଦିଲ୍ଲୀ ହାଇକୋର୍ଟରେ ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ୨୦ ଲକ୍ଷ ତଣ୍ଡ

– ଦେଶରେ 5G ନେଟୱର୍କ ସ୍ଥାପନ ବିରୋଧରେ ମାମଲା କରିଥିଲେ ଜୁହି, ଆବେଦନକୁ ଖାରଜ କଲେ କୋର୍ଟ 

– ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

–ଭାରତୀୟ ବୈଜ୍ଞାନିକ ଓ  ଶିଳ୍ପ ଗବେଷଣା ପରିଷଦ(ସିଏସ୍‍ଆଇଆର୍‍)ର ବାର୍ଷିକ ବୈଠକରେ କହିଲେ  ମୋଦୀ

– ଭାରତ କୃଷି, ମହାକାଶ, ବିପର୍ଯ୍ୟୟ ପରିଚାଳନା, ପ୍ରତିରକ୍ଷା ଟେକ୍ନୋଲୋଜି ଏବଂ ଟିକା କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବାକୁ ବଦ୍ଧପରିକର 

– ଭାରତୀୟ ବୈଜ୍ଞାନିକମାନେ ଗୋଟିଏ ବର୍ଷ ମଧ୍ୟରେ ସ୍ୱଦେଶୀ ଟିକା ବିକଶିତ କରିବା ବୋଧହୁଏ ଇତିହାସରେ ପ୍ରଥମ ଘଟଣା

– ଚଳିତ ବର୍ଷର  ଦ୍ବାଦଶ ଶ୍ରେଣୀ ( + ୨ ପରୀକ୍ଷା) ପରୀକ୍ଷା ବାତିଲ

– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ; ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ 

–ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି

–ଚଳିତ ଆର୍ଥିକବର୍ଷରେ ଦେଶର ଅଭିବୃଦ୍ଧି ହାର ୯ ଦଶମିକ ୫ ପ୍ରତିଶତ ହେବ : ଭାରତୟ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

–ରେପୋ, ରିଭର୍ସ ରେପୋ ରେଟ୍‍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

–ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୁସି ଖବର, ଜମା ଟଙ୍କା ଫେରସ୍ତ ଆବେଦନ ପାଇଁ ଖୋଲିଲା ସରକାରୀ ୱେବ୍‌ସାଇଟ୍‌, ଅନ୍‌ଲାଇନ୍‌ ଆବେଦନ କରିପାରିବେ କ୍ଷତିଗ୍ରସ୍ତ ଜମାକାରୀ

–କମ୍ବିଂ ବେଳେ କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ବିପୁଳ ବିସ୍ଫୋରକ ଜବତ,ଚିକାମ୍ବ ଜଙ୍ଗଲରୁ ବିସ୍ଫୋରକ ଜବତ କଲେ BSF ଯବାନ, ୪୭ଟି ଜିଲେଟିନ୍, ୪୨ଟି ଡିଟୋନେଟର, ୨ କେଜି ନଟବୋଲ୍ଟ,,୫୦ ମିଟର ବିଦ୍ୟୁତ୍‌ ତାର ଓ ୩ଟି ଷ୍ଟିଲ୍ ଟିଫିନ ଜବତ

–ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବ। ୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ପାନ ଟିକାକରଣ ପାଇଁ ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଅଭିଯାନ

ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ ଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମିପୂଜା ଅନୁଷ୍ଠିତ

ଫଳରେ ସୁନ୍ଦରଗଡ଼ ଜିଲା ଏବଂ ଓଡ଼ିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଆଣିବାକୁ ଯାଉଥିବା ଏହି ଐତିହାସିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି

– ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ 

– ସଂଗରୋଧରୁ ୪୩୩୧ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯୮ ଜଣ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୨

–ଦେଶରେ ଦିନକରେ ଆଉ ୧ ଲକ୍ଷ ୩୨ ହଜାର ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ 

–ବାଇଡେନଙ୍କ ୨୫ ନିୟୁତ କୋଭିଡ ଟିକା ଆବଣ୍ଟନ ଯୋଜନାରେ ଭାରତ ହେବ ଅବିଚ୍ଛେଦ୍ୟ ଅଂଶ 
ଦେଶରେ ପୁଣି ବଢିଲା ପେଟ୍ରୋଲ, ଡିଜେଲ ମୂଲ୍ୟ

–ଇଣ୍ଡୋନେସିଆ ଉପକୂଳରେ ଥିବା ଦ୍ୱୀପ ମାଲୁକୁରେ ଗୁରୁବାର ବଡଧରଣର ଭୂକମ୍ପ ଅନୁଭୂତ

–ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରହିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି

–ଦିଲ୍ଲୀ ଚିକିତ୍ସକ ସଂଘ (ଡିଏମ୍‌ଏ) ପକ୍ଷରୁ ଦାୟର ଆବେଦନ ଆଧାରରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯୋଗଗୁରୁ ରାମଦେବଙ୍କୁ ସମନ ଜାରି କରିଛନ୍ତି

–ବଢିଛି ଡିଜିଟାଲ କାରବାର ଓ ମର୍ଚ୍ଚାଣ୍ଟ ସହଭାଗୀ ବ୍ୟବସାୟ ; ୨୦୨୦-୨୧ ବର୍ଷରେ ରିଲାଏନ୍ସ ରିଟେଲର ରାଜସ୍ୱ ଆୟ ୧,୫୩,୮୧୮ କୋଟି ଟଙ୍କା

–ଟୋକିଓ ଅଲିମ୍ପିକ୍‌ସ : ଭାରତର ଅଫିସିଆଲ କିଟ୍‌ ଲୋକାର୍ପଣ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories