www.samajalive.in
Saturday, December 13, 2025
23.1 C
Bhubaneswar

ସାମ୍ବାଦିକ ସମ୍ମିଳନୀକୁ ବିରୋଧ, ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଓସାକା

ଫ୍ରାନ୍‌ସ: ଏକ ବିବାଦୀୟ ଘଟଣାକ୍ରମରେ ଫ୍ରେଞ୍ଚ୍‌ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସ ବିଭାଗରୁ ଓହରି ଯାଇଛନ୍ତି ଜାପାନର ତାରକା ଖେଳାଳି ନାଓମି ଓସାକା। ମହିଳା କ୍ରୀଡ଼ାବିତ୍‌ ଭାବେ ବିଶ୍ବରେ ସର୍ବାଧିକ ଆୟକାରୀ ଓସାକା ଫ୍ରେଞ୍ଚ୍‌ ଓପନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ସିଧାସଳଖ ମନା କରି ଦେଇଥିଲେ। ଯାହାକୁ ନେଇ ତାଙ୍କ ଉପରେ ଆୟୋଜକଙ୍କ ତରଫରୁ ୧୫ ହଜାର ଡଲାର ଜୋରିମାନା କରାଯାଇଥିଲା।

ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବାର୍ତ୍ତା ଛାଡ଼ି ଫ୍ରେଞ୍ଚ୍‌ ଓପନର ଚଳିତ ସଂସ୍କରଣରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଓସାକା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ପରେ ସେ ମାନସିକ ଚାପର ସମ୍ମୁଖୀନ ହୋଇ ଆସୁଥିବାରୁ ଫ୍ରେଞ୍ଚ୍‌ ଓପନ ସମୟରେ କୌଣସି ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ଆୟୋଜକଙ୍କୁ ଜଣାଇ ଦେଇଥିଲେ। ତେବେ ତାଙ୍କୁ ସାମ୍ବାଦିକ ସମ୍ମିଳନୀ​‌େ​‌ର ଯୋଗଦେବାକୁ କୁହାଯିବା ଏବଂ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କ ଉପରେ ଜୋରିମାନା ଲାଗୁ ହେବା ଫଳରେ ଫ୍ରେଞ୍ଚ୍‌ ଓପନରୁ ଓହରିଯିବା ସବୁ ଦୃଷ୍ଟିରୁ ଭଲ ବୋଲି ଓସାକା ସ୍ପଷ୍ଟ କରିଛନ୍ତି। ବିଶ୍ବ ମାନ୍ୟତାର ୨ନଂରେ ଥିବା ଓସାକା ଆହୁରି ଦର୍ଶାଇଛନ୍ତି କ୍ରୀଡ଼ାବିତ୍‌ଙ୍କ ମାନସିକ ସ୍ବାସ୍ଥ୍ୟ ସଂପର୍କରେ କେହି ଚିନ୍ତା କରନ୍ତିନାହିଁ। ଓସାକା ଫ୍ରେଞ୍ଚ୍‌ ଓପନରୁ ଓହରି ଯାଇଥିବାରୁ ଆୟୋଜକ କମିଟି ମୁଖ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏପରି କାମ କରିଥିବାରୁ ପରବର୍ତ୍ତୀ ସମୟରେ ଓସାକାଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ରହିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories