www.samajalive.in
Saturday, December 13, 2025
14.1 C
Bhubaneswar

ଫୁଟ୍‌ବଲ ପ୍ରଶିକ୍ଷକ ନନ୍ଦକିଶୋର ପଟ୍ଟନାୟକଙ୍କ ବିୟୋଗ

କଟକ: ରାଜ୍ୟର ଖ୍ୟାତନାମା ମହିଳା ଫୁଟବଲ ପ୍ରଶିକ୍ଷକ ତଥା ଜାତୀୟସ୍ତରର ଖେଳାଳି ନନ୍ଦକିଶୋର ପଟ୍ଟନାୟକଙ୍କର ମଙ୍ଗଳବାର ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ଘର ବାରିପଦାକୁ ଯାଇଥିଲା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ଭୁବନେଶ୍ୱରର ଏକ ଘରୋଇ ହାସପାତାଳକୁ ଚିକିତ୍ସା ଲାଗି ଆସିଥିଲେ। ଭେଣ୍ଟିଲେଟରରେ ଥିବା ନନ୍ଦକିଶୋର ସୋମବାର ରାତି ୩ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏକମାତ୍ର ପୁତ୍ର ଅମିତ, ପତ୍ନୀ ସଞ୍ଜୁ ମହାନ୍ତି ଓ ଝିଅ ଏଲିନାଙ୍କୁ ଛାଡ଼ି ନନ୍ଦକିଶୋର ଚାଲି ଯାଇଛନ୍ତି। ତାଙ୍କ ମୃତ୍ୟୁରେ ଓଡ଼ିଶା ଫୁଟବଲ ମହଲରେ ଶୋକର ଛାୟା ଖେଳିଯାଇଛି।

ନନ୍ଦକିଶୋରଙ୍କ ମୃତ୍ୟୁରେ ବହୁ କ୍ରୀଡ଼ାବିତ୍ ଓ କ୍ରୀଡ଼ାନୁରାଗୀ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ଫୁଟବଲ୍‌ରେ ଟୁଟୁ ସାର୍‌ଙ୍କ ନାମରେ ଜଣାଶୁଣା ନନ୍ଦକିଶୋର ଓଡ଼ିଶା ଫୁଟ୍‌ବଲର ଉନ୍ନତି ପାଇଁ ଉଲ୍ଲେଖନୀୟ କାମ କରିଥିଲେ। ନନ୍ଦକିଶୋର ବିଭିନ୍ନ ଜାତୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ସହ ରାଜ୍ୟର ନାମୀ ଫୁଟ୍‌ବଲ କ୍ଲବ୍ ପାଇଁ ​‌ଖେଳିଥିଲେ। ଓଡ଼ିଶାରେ ମହିଳା ଫୁଟ୍‌ବଲର ମୂଳଦୁଆ ପଡ଼ିବା ପରଠାରୁ ସେ ଏହା ସହ ଜଡ଼ିତ ଥିଲେ। ରାଜ୍ୟ ମହିଳା ଫୁଟବଲ ଦଳର ପ୍ରଥମ ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟ, ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ତଥା ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଏହି ଶିଖରରେ ପହଞ୍ଚାଇବାରେ ନନ୍ଦକିଶୋରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଭାରତୀୟ ଦଳର ପୂର୍ବତନ ଗୋଲ୍‌ରକ୍ଷକ ରଞ୍ଜିତା ମହାନ୍ତି, ମମତା ସାମନ୍ତ, ସରିତା ଜୟନ୍ତୀ ବେହେରା, ସୁଦୀପ୍ତା ଦାଶଙ୍କ ପରି ଆନ୍ତର୍ଜାତିକ ଖେଳାଳିଙ୍କୁ ଗଢ଼ିବାରେ ନନ୍ଦକିଶୋରଙ୍କ ବେଶ୍‌ ଅବଦାନ ଥିଲା। ସେ ଏଜି ଓଡ଼ିଶାରେ କାର୍ଯ୍ୟ କରୁଥିଲେ। ତେବେ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରଶିକ୍ଷଣ ତାଙ୍କ ନିଶା ଥିଲା।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories