www.samajalive.in
Saturday, December 13, 2025
23.1 C
Bhubaneswar

ପଲିଥିନ ଖାଇ ହାଣ୍ଡି ଭଳି ଫୁଲିଛି ଗାଈଙ୍କ ପେଟ

ଟିଟିଲାଗଡ଼: କରୋନା ମହାମାରି ସମୟରେ ଲୋକେ କର୍ମସଂସ୍ଥାନ ହରାଇ ଭୋକିଲା ହୋଇ ପଡିଛନ୍ତି। ଏମିତିରେ ଗୋସମ୍ପଦଙ୍କ କଥା ପଚାରେ କିଏ। ବିଶେଷ କରି ସହରାଞ୍ଚଳରେ ବୁଲା ଗାଈଗୋରୁ ଏଣେତେଣେ ମୁହଁ ମାରୁଥିବା ଦେଖାଯାଇଛି। ଟିଟିଲାଗଡ ପୌରାଞ୍ଚଳରେ ପୌର ପରିଷଦ ପକ୍ଷରୁ ବୁଲା ଗାଈଗୋରୁଙ୍କ ପାଇଁ କୌଣସି ଆନ୍ତରିକତା ନଥିବା ପରିଲକ୍ଷିତ ହୋଇଛି। ଗାଈଗୋରୁ ସହରରେ ଏଣେ ତେଣେ ପଡିଥିବା ଆବର୍ଜନା ଗଦାରେ ଖାଦ୍ୟ ଖୋଜୁଛନ୍ତି।

ଏପରିକି ପଲିଥିନ ମଧ୍ୟ ଖାଇ ଅନେକ ଗାଈଗୋରୁଙ୍କ ପେଟ ହାଣ୍ଡି ଭଳି ଫୁଲୁଥିବା ଅଭିଯୋଗ ହୋଇଛି। ବୁଲା ଗାଈଗୋରୁ ଚାରା ଟିକିଏ ପାଇଁ ହାହାକାର ହେଉଥିବା ବେଳେ ରାଜ୍ୟ ସରକାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରିଛନ୍ତି। ତେବେ ଟିଟିଲାଗଡ ପୌରାଞ୍ଚଳରେ ପାଣ୍ଠି କିଭଳି ବ୍ୟୟ ହେଉଛି ତାହା ସାଧାରଣ ଜନତା ଟେର ପାଉନଥିବା ଅଭିଯୋଗ ହୋଇଛି। ଏନେଇ ପୌର ପ୍ରଶାସନ ବୁଲା ଗାଈଗୋରୁଙ୍କ ପାଇଁ ତୁରନ୍ତ ଖାଦ୍ୟ ପ୍ରଦାନ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories