www.samajalive.in
Saturday, December 13, 2025
23.1 C
Bhubaneswar

ପିଡିଏସ ଚାଉଳରେ ମାସକୁ ଲକ୍ଷାଧିକ ଟଙ୍କାର ବାଟମାରଣା

ବଙ୍ଗୋମୁଣ୍ଡା: ଗରିବଙ୍କ ପାଇଁ ଆସୁଥିବା ପିଡିଏସ ଚାଉଳରେ ମାସକୁ ଲକ୍ଷାଧିକ ଟଙ୍କାର ବାଟମାରଣା ହେଉଥିଲେ ହେଁ ମୁହଁ ଖୋଲୁ ନାହାନ୍ତି ଜନପ୍ରତିନିଧି, ଅଧିକାରୀ ବର୍ଗ। ପେଶି ହେଉଛନ୍ତି ଖାଉଟି। ଏଭଳି ଉଦାହରଣ ଦେଖିବାକୁ ମିଳୁଛି ବଙ୍ଗୋମୁଣ୍ଡା ବ୍ଲକର ଅନେକ ଗାଁରେ।

ସୂଚନା ଅନୁସାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆ ଯାଉଥିବା ଚାଉଳ ବସ୍ତାରେ ପ୍ରତି ୫୦ କେଜି ପ୍ୟାକେଟରେ ୫ରୁ ୭ କେଜି କମ ରହୁଥିବା ଅଭିଯୋଗ ହେଉଛି। ଯେଉଁମାନେ ୫୦ କେଜିରୁ ଉର୍ଦ୍ଧ୍‍ ନିଅନ୍ତି ସେହି ଖାଉଟି ମାନଙ୍କୁ ଓଜନ ନକରି ସେମିତି ଦିଆ ଯାଉଛି। ଏହି ଚାଉଳ ପ୍ୟାକେଟକୁ ଓଜନ କରିବାକୁ କହିଲେ ସଂପୃକ୍ତ ଯୋଗାଣ ସହାୟକ ଏହା ଉପରୁ ପେକିଂ ହୋଇ ଆସୁଛି ଆମେ କଣ କରି ପାରିବୁ ବୋଲି ଯୁକ୍ତି ବାଢ଼ି ଥାନ୍ତି। ତେବେ ପ୍ରତି ପଂଚାୟତରେ ପ୍ରାୟ ୧୮ ଶହ ରାଶନ କାର୍ଡ ରହୁ ଥିବା ବେଳେ ପ୍ରତି କାର୍ଡରେ ୩ ଜଣ ହିସାବରେ ୨୭୦ କୁଇଣ୍ଟାଲ ଚାଉଳ ସରକାର ଯୋଗାଉଛନ୍ତି। କୁଇଣ୍ଟାଲ ପିଛା ୧୦ କେଜି କମ ହେଲେ ୨୦ କୁଇଣ୍ଟାଲ ୭୦ କେଜି ହେଉଛି। ସରକାରୀ ଧାର୍ଯ୍ୟ କିଲୋ ପିଛା ୩୦ ଟଂକା ହେଲେ ୬୨ ହଜାର ରୁ ଉଦ୍ଧ୍‍ôର୍ ଟଂକାର ସରକାରୀ ତହବିଲରୁ ବାଟମାରଣା ହେଉଛି। ଗୋଟିଏ ପଂଚାୟତରୁ ୬୨ ହଜାର ଟଙ୍କା ହେଲେ ଏହି ବ୍ଲକରେ ଥିବା ୨୬ ଟି ପଂଚାୟତରେ ହାରାହାରି ମାସିକ ୧୬ ଲକ୍ଷ ୧୨ ହଜାର ଟଂକା କେବଲ ପଂଚାୟତରେ ଦିଆଯାଉଥିବା ଚାଉଲରେ ବାଟମାରଣା ହେଉଛି।

- Advertisement -

ସେହିପରି ମଧ୍ୟାହ୍ନ ଭୋଜନରେ ଏହି ବ୍ଲକରେ ମାସିକ ୧୪୩୨ କୁଇଣ୍ଟାଲ ଚାଉଳ ଯୋଗାଣା ହେଉଛି। କୁଇଣ୍ଟାଲ ପିଛା ୧୦ କେଜି କମ ହେଉଥିଲେ ଯାହାର ହାରାହାରି ମୂଲ୍ୟ ୪ଲକ୍ଷ ୨୦ ହଜାର ଊର୍ଦ୍ଧ୍ବ ଟଂକାର ବାଟମାରଣା ହେଉଥିବା ବେଳେ ଅଂଗନୱାଡ଼ିକୁ ଦିଆ ଯାଉଥିବା ଚାଉଳରେ କମ ବାବଦକୁ ପ୍ରାୟ ୫୦ ହଜାର ଟଂକା ହେଉଛି। ଉକ୍ତ ତିନି ଶ୍ରେଣୀର ଚାଉଳ କୁ ମିଶାଇଲେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଂକାର ବାଟମାରଣା ହେଉଛି। ବିଚିତ୍ର କଥା ଏଇୟା ଯେ ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନାଁରେ ଲାଇସେନ୍ସ ଥିଲେ ହେଁ ସେମାନେ ଚାଉଳ କମ ଥିବା କଥା ସ୍ୱୀକାର କରୁଛନ୍ତି ହେଲେ ଆଧିକାରୀକ ବୟାନ ଦେବାକୁ ରୋକଠୋକ ମନା କରୁଛନ୍ତି। ସ୍କୁଲରେ ମଧ୍ୟ ସମାନ ସ୍ଥିତି ରହିଛି। ଶିକ୍ଷକମାନେ ଅ‘ ରେକର୍ଡ ଚାଉଳ କମ ଥିବା କଥା କହୁଥିବା ବେଳେ ସଂପୃକ୍ତ ମଧ୍ୟହ୍ନ ଭୋଜନ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଆମେ ତଳିଆ କର୍ମଚାରୀ ଆମେ କଣ କରିବୁ ବୋଲି ଦୋଷ ଛଡ଼େଇ ହେଉଛନ୍ତି। ଅନ୍ୟପକ୍ଷରେ ଚାଉଳ ଯୋଗାଉଥିବା ମିଲର, ଠିକାଦାର, ଯୋଗାଣ ବିଭାଗର ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ ମଧୁଚଂଦ୍ରିକା ଚାଲିଥିବା ଜଣାପଡ଼ିଛି। ସେପଟେ ନିର୍ବାଚତ୍‍ ପଂଚାୟତର ଅଧିକାଂଶ ପ୍ରତିନିଧିମାନେ ମୁହଁ ଖୋଲୁ ନଥିବା ବେଳେ ଅଲଣ୍ଡା ସରପଂଛ ଅର୍ଜୁନ ଯାଦବ ଚାଉଳରେ ଏତେ ବାଟମାରଣା ହେଉଥିବା କଥା ଜାଣି ନାହିଁ ବୋଲି କହିଥିଲେ। ତେବେ ଏହାର ତଦନ୍ତ କରି ବାଟମରଣାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖାଉଟିଙ୍କୁ ପୁରା ଚାଉଳ ଯୋଗାଇବାକୁ ଦାବି ହେଉଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories