www.samajalive.in
Wednesday, December 10, 2025
14.1 C
Bhubaneswar

କଟକଣା ଉଲଙ୍ଘନ ନେଇ ପରିବା ଦୋକାନୀଙ୍କୁ ଜୋରିମାନା

ଟିଟିଲାଗଡ଼: କରୋନା ସଂକ୍ରମଣ ମାମଲା ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ କଟକଣା ବଳବତ୍ତର ରହିଛି। ଏ ନେଇ ଯାତ୍ରିବାହୀ ବସ ବନ୍ଦ ସହ ବିବାହ ଆଦି ସାମାଜିକ କାର୍ଯ୍ୟ, ସଭାସମିତି, ଧାରଣା ବିକ୍ଷୋଭ ଉପରେ ଅଙ୍କୁଶ ଲାଗିଛି। ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିବା ବେଳେ କୌଣସି ଜରୁରି କାର୍ଯ୍ୟ ନଥିଲେ ବୁଲାବୁଲିକୁ ବାରଣ ରହିଛି। ତେବେ ଟିଟିଲାଗଡ ପୌରାଞ୍ଚଳରେ କିଛି ଅମାନିଆଙ୍କୁ ନେଇ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ ସହ ନିତ୍ୟ ଜୋରିମାନା ଅସୁଲ କରାଯାଉଛି।

ବିଶେଷ କରି ଗ୍ରୋସରି ଏବଂ ପରିବା ବଜାରରେ ଭିଡ ଏଡାଇବା ପାଇଁ ସକାଳୁ ପୁଲିସ ପକ୍ଷରୁ ଛକକୁ ଛକ ଉପସ୍ଥିତ ରହି ତଥା ଭାରପ୍ରାପ୍ତ ମାଜିଷ୍ଠ୍ରେଟ ପ୍ରେମଲାଲ ହିଆଲ, ଏସଡିପିଓ ସୁରେନ୍ଦ୍ରନାଥ ଶତପଥିଙ୍କ ନେତୃତ୍ୱରେ ସହରରେ ପେଟ୍ରୋଲିଂ କଡାକଡି କରାଯାଇଛି। ଶୁକ୍ରବାର ପୁର୍ବାହ୍ନ ୧୧ଟା ପରେ ସ୍ଥାନୀୟ ହାଇସ୍କୁଲ ପଡିଆ ତଥା ରାସ୍ତା ଘାଟରେ ପରିବା ପସରା ଜାରି ସହ ଭିଡ ଲାଗିରହିଥିବା ନେଇ ଭାରପ୍ରାପ୍ତ ମାଜିଷ୍ଠ୍ରେଟ ଶ୍ରୀ ହିଆଲ ତଥା ପୁଲସବଳ ପହଞ୍ଚି ନିକିତି ବଟକରା ଜବତ କରି ଥାନାରେ ଜିମା ଦେଇଥିଲେ। ନିୟମ ଉଲଙ୍ଘନକାରୀ ଦୋକାନୀଙ୍କ ଠାରୁ ଜୋରିମାନା ଅସୁଲ କରାଯାଇଥିବା ଥାନା ଆଇଆଇସି ରଞ୍ଜନ ବରିହା ସୁଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories