www.samajalive.in
Monday, December 8, 2025
24.1 C
Bhubaneswar

୨୪ ଘଂଟାରେ ଟେଲିକମ୍ ନେଟ୍‌ୱର୍କର ପୁନରୁଦ୍ଧାର କଲା ରିଲାଏନ୍ସ ଜିଓ

ଭୁବନେଶ୍ୱର: ଡିଜିଟାଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ଓଡ଼ିଶାର ସମସ୍ତ ଜିଲ୍ଲାର ମୋବାଇଲ୍ ନେଟ୍‌ୱର୍କକୁ ସଫଳତାର ସହ ପୁନରୁଦ୍ଧାର କରାଯାଇଛି। ବାତ୍ୟା ଆଗମନର ପୂର୍ବରୁ ଜିଓ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବାତ୍ୟା ସମୟରେ କିମ୍ବା ପରେ ଜିଓ ନେଟ୍‌ୱର୍କରେ ସର୍ବନିମ୍ନ ପ୍ରଭାବ ଦେଖାଦେଇଛି।

ଗ୍ରାହକଙ୍କ ଭରସାକୁ ଅତୁଟ ରଖି ଜିଓ ପକ୍ଷରୁ ବାତ୍ୟା ପାଇଁ ସ୍ୱତନ୍ତ୍ର ୱାର-ରୁମ୍ ସ୍ଥାପନ କରାଯିବା ସହିତ ସଂପୃକ୍ତ ଜିଲ୍ଲାଗୁଡିକରେ ଆବଶ୍ୟକ ଉପକରଣ, ସ୍ପେୟାର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସହିତ ମୂତୟନ କରାଯାଇଥିବା ତ୍ୱରିତ କାର୍ଯ୍ୟାନ୍ୱୟନ ଟିମ୍‌ର ଅଭିଜ୍ଞ ବୈଷୟିକ ମାନବସମ୍ବଳ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରି ୨୪ ଘଂଟା ଭିତରେ ସମସ୍ତ ପ୍ରଭାବିତ ନେଟ୍‌ୱର୍କ ସାଇଟ୍‌ର ପୁନରୁଦ୍ଧାରକୁ ନିଶ୍ଚିତ କରିଛନ୍ତି। ଫଳରେ ଲୋକମାନଙ୍କ ସମେତ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପାଇଁ ନିରନ୍ତର ଭାବରେ ଯୋଗଯୋଗରେ ରହିପାରିବା ସହିତ ଏବଂ ଉଦ୍ଧାର ଓ ରିଲିଫ୍ ଅଭିଯାନକୁ ତ୍ୱରାନ୍ୱିତ କରାଇବାରେ ଏହା ସହାୟକ ହୋଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories