www.samajalive.in
Sunday, December 7, 2025
18.1 C
Bhubaneswar

୭ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ୫୫.୫୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ସେଥି ମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ଅଶୋକ କୁମାର ସାହୁ, କେନ୍ଦୁଝର ଜିଲ୍ଲାରେ ‘ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଧୀରେନ୍ଦ୍ର ରାଉତ ଓ ବାଲେଶ୍ୱର ଜିଲ୍ଲାରେ ‘ଇ.ପି.ଏ. ୱିକ୍‍ଲି’ର ପ୍ରତିନିଧି ସ୍ୱର୍ଗତ ସୋଲୋମାନ୍‍ ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ରାଜ୍ୟ ସରକାର କରୋନାରେ ମୃତ୍ୟୁ ପାଇଁ ୬ ଜଣ ସାମ୍ବାଦିକ କୋଭିଡ୍‍ ଯୋଦ୍ଧାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଅନୁକମ୍ପା ରାଶି ପ୍ରାପ୍ତ ଦିବଙ୍ଗତ ସାମ୍ବାଦିକମାନେ ହେଉଛନ୍ତି ‘ଇ-ନ୍ୟିୁଜ୍‍’ର ଗଜପତି ପ୍ରତିନିଧି କେ.ସି.ରନିମ୍‍, ‘ସମାଜ’ର ଗଞ୍ଜାମ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ, ‘ପ୍ରମେୟ’ର ଖୋର୍ଦ୍ଧା ପ୍ରତିନିଧି ତାରିଣୀ ଚରଣ ପାଢ଼ୀ, ‘ନ୍ୟୁଜ୍‍-୧୮’ର ଭୁବନେଶ୍ୱର ପ୍ରତିନିଧି ପ୍ରବୀର କୁମାର ପ୍ରଧାନ, ‘ମନ୍ଥନ’ର ଖୋର୍ଦ୍ଧା ପ୍ରତିନିଧି ପ୍ରତାପ କୁମାର ଦାସ ଏବଂ ‘ହିନ୍ଦୁସ୍ତାନ ସମାଚାର’ର ଗଜପତି ପ୍ରତିନିଧି ନବୀନ ନନ୍ଦ ଗନ୍ତାୟତ। ଭୁବନେଶ୍ୱରଠାରେ ‘ନିତିଦିନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ’ ଖବରକାଗଜର ପ୍ରତିନିଧି ସ୍ୱର୍ଗତ ପ୍ରଭାତ କୁମାର ଦାସଙ୍କୁ ମଧ୍ୟ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି।
ଏହାବାଦ ଭୁବନେଶ୍ୱରଠାରେ ମୁକ୍ତବୃତ ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‍ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ସମାଜ ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆଥକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ କେତେକ ଜଟିଳ ବ୍ୟାଧିର ଚିକିତ୍ସା ତଥା ଅକାଳ ମୃତ୍ୟୁ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରିଆସୁଛନ୍ତି। ସାଧାରଣ କାରଣରୁ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଥିବାବେଳେ କରୋନାରେ ମୃତ୍ୟୁ ପାଇଁ କୋଭିଡ୍‍ ଯୋଦ୍ଧା ଭାବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏତଦ୍‍ଭିନ୍ନ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ଅନ୍ତର୍ଗତ ସ୍ୱାସ୍ଥ୍ୟବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି। ଏହି ଯୋଜନାରେ ଏଯାବତ୍‍ ରାଜ୍ୟର ୬୯୪୪ ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories