www.samajalive.in
Monday, December 15, 2025
14.1 C
Bhubaneswar

ଓଡ଼ିଶାରେ ଦିନକରେ ୧୧୪୯୮ ନୂଆ ସଂକ୍ରମିତ: ଖୋର୍ଦ୍ଧା ୧୪୯୭ ଓ କଟକରେ ୧୧୦୭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ଏବଂ କଟକ ଜିଲାରୁ ୧୧୦୭ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତାଲାବନ୍ଦ କଟକଣାର ପ୍ରଥମ ପର୍ଯ୍ୟାୟ ଶେଷହୋଇ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ୧୧ହଜାର ଉପରେ ରହୁଛି। ବିଶେଷକରି ଖୋର୍ଦ୍ଧା ଏବଂ କଟକ ଜିଲା ଏବେ କରୋନା ସଂକ୍ରମଣର ହଟ୍‍ ସ୍ପଟ ପାଲଟିଛି। ଏହି ଦୁଇ ଜିଲାରେ ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁଏତ ସ୍ଥିର ରହୁଛି, ଅଥବା ବୃଦ୍ଧପାଉଛି।
ଗୋଟିଏ ଦିନରେ ରାଜ୍ୟରୁ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୬୪୩୯ ଓ ସ୍ଥାନୀୟ ସଂକ୍ରମିତ ୫୦୫୯ ଜଣ ରହିଛନ୍ତି। ସେହିଭଳି ଏହି ସମୟରେ ଅନୁଗୁଳରୁ ୮୬୭, ବାଲେଶ୍ୱର ୫୨୪, ବରଗଡା ୩୯୫, ଭଦ୍ରକ ୧୩୪, ବଲାଙ୍ଗୀର ୨୯୪, ବଉଦ ୩୧୩, ଦେବଗଡ ୧୧୪, ଢେଙ୍କାନାଳ ୨୫୧ ଏବଂ ଗଜପତିରୁ ୮୬ ଜଣ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବେ ଗଞ୍ଜାମ ୨୨୮, ଜଗତସିଂହପୁର ୩୨୫, ଯାଜପୁର ୩୭୮, ଝାରସୁଗୁଡା ୨୪୭, କଳାହାଣ୍ଡି ୨୦୫, କନ୍ଧମାଳ ୧୦୧, କେନ୍ଦ୍ରାପଡା ୨୦୪, କେନ୍ଦୁଝର ୧୯୩ ଏବଂ କୋରାପୁଟରେ ୨୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମାଲକାନଗିରିରୁ ୧୧୦, ମୟୁରଭଞ୍ଜ ୫୩୮, ନବରଙ୍ଗପୁର ୩୪୬, ନୟାଗଡ ୩୮୨, ନୂଆପଡା ୧୫୨, ପୁରୀ ୪୨୪, ରାୟଗଡା ୨୩୩, ସମ୍ବଲପୁର ୩୯୩, ସୁନ୍ଦରଗଡ ୭୦୩ ଓ ଷ୍ଟେଟପୁଲରୁ ୨୬୧ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ୧୧୧୧୮୯୮୪ ନମୁନା ପରୀକ୍ଷା କରାଯାଇଥିବାବେଳେ ୬୫୫୮୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୪୬୬୩୧ ଆରୋଗ୍ୟଲାଭ କରିସାରିଛନ୍ତି ଏବଂ ସଂପ୍ରତି ରାଜ୍ୟରେ ୧୦୬୮୧୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories