www.samajalive.in
Saturday, December 6, 2025
16.1 C
Bhubaneswar

ତୈଳ ବିଶୋଧନ ୮୪%କୁ ହ୍ରାସକଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: କୋଭିଡ-୧୯ର ଦ୍ୱିତୀୟ ଲହର ଜନିତ ଦେଶବ୍ୟାପୀ ତାଲାବନ୍ଦ ପରିସ୍ଥିତିରେ ପେଟ୍ରୋଲ, ଡିଜେଲ ଚାହିଦା ଆଶାତୀତ ଭାବେ ହ୍ରାସପାଇଛି। ତାହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ ଅଶୋଧିତ ପେଟ୍ରୋଲିୟମ ବିଶୋଧନ ପରିମାଣ ୮୪%କୁ ହ୍ରାସ କରିଛି। ଚଳିତ ମାସ ପ୍ରଥମ ଭାଗରେ ଦେଶରେ ରାଷ୍ଟ୍ରାୟତ୍ତ ବିଶୋଧନାଗାରଗୁଡିକ ପକ୍ଷରୁ ଡିଜେଲ ଓ ପେଟ୍ରୋଲ ବିକ୍ରି ଏକ ପଞ୍ଚମାଂଶ ହ୍ରାସ ପାଇଥିବା ସରକାରୀ ସୂତ୍ରରୁ କୁହାଯାଇଛି।
ଇଣ୍ଡିଆନ ଅଏଲ ଏପ୍ରିଲ ମାସରେ ୯୬% ବିଶୋଧନ କାର୍ଯ୍ୟ କରୁଥିବାବେଳେ ସଂପ୍ରତି ତାହା ହାରାହାରି ୮୪%କୁ ହ୍ରାସ କରିଥିବା ଦେଶର ଏହି ସର୍ବବୃହତ ବିଶୋଧନକାରୀ କମ୍ପାନୀର ଅଧ୍ୟକ୍ଷ ଏସ ଏମ ବୈଦ୍ୟ କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ପେଟ୍ରୋଲିୟମ ଚାହିଦା କେବେ ସ୍ୱାଭାବିକ ସ୍ଥିତିକୁ ଫେରିବ, ତାହା କହିବା କଷ୍ଟକର। ଇଣ୍ଡିଆନ ଅଏଲ ତାହାର ସହଯୋଗୀ କମ୍ପାନୀ ଚେନ୍ନଇ ପେଟ୍ରୋଲିୟମ ସହିତ ମିଶି ଦୈନିକ ପ୍ରାୟ ୧.୬୫ ନିୟୁତ ବ୍ୟାରେଲ ଅଶୋଧିତ ପେଟ୍ରୋଲିୟମ ବିଶୋଧନ କରିଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories