ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ତାଙ୍କର ସରକାରୀ ବାସଭବନରେ ଏକ କୋଭିଡ ଯତ୍ନ କେନ୍ଦ୍ର ସ୍ଥାପନ କରିଥିବା ଘୋଷଣା କରିଛନ୍ତି। ଏଥିସହିତ ସେଠାରେ ଉପଲବ୍ଧ ସୁବିଧା ସୁଯୋଗରେ ଉନ୍ନତି ଆଣିବାକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିବେଦନ କରିଛନ୍ତି।
ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଥିବା ତେଜସ୍ୱୀ ଏହି ମର୍ମରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ୧.ପୋଲୋ ରୋଡରେ ଥିବା ତାଙ୍କ ବାସଭବନରେ ଏକ କୋଭିଡ ଯତ୍ନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଠାରେ ଶଯ୍ୟା, ଅମ୍ଳଜାନ ସିଲିଣ୍ଡର, ସାଧାରଣ ଔଷଧ, ରୋଗୀ ଏବଂ ସେମାନଙ୍କ ଦେଖାଶୁଣା ପାଇଁ ଆସୁଥିବା ସଂପର୍କୀୟଙ୍କ ପାଇଁ ଖାଦ୍ୟ ଭଳି ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ତେବେ ଚିକିତ୍ସା ବିଶାରଦଙ୍କ ସହିତ ପରାମର୍ଶ କରାଯାଇ ସେଠାରେ ଆଉ ଅଧିକ ସୁବିଧା ସୁଯୋଗ ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି। ଲେଖିଥିବା ପତ୍ରରେ ସେ ନିଜ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସେମାନଙ୍କ ସହାୟତା ଓ ସହଯୋଗ ପାଇଁ ତେଜସ୍ୱୀ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ ଯେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଲାଗି ରହିଥିବା ଦେଶ ରତ୍ନ ମାର୍ଗ ସରକାରୀ ଘରେ ରହିଆସୁଥିଲେ। ତେବେ ରାଜ୍ୟରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଦୁଇବର୍ଷ ତଳେ ତୁରନ୍ତ ଖାଲି କରିବାକୁ କୁହାଯାଇ ୧.ପୋଲୋ ରୋଡ ବାସଭବନ ଯୋଗାଇ ଦିଆଯାଇଥିଲା।
ନିଜ ସରକାରୀ ବାସଭବନକୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କଲେ ତେଜସ୍ୱୀ ଯାଦବ
Popular Categories



