www.samajalive.in
Saturday, December 13, 2025
27.1 C
Bhubaneswar

‘ଆଶା’ଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି

ଭୁବନେଶ୍ବର: ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ଆଶା, ଅଙ୍ଗନବାଡ଼ି କର୍ମୀ ଓ ଗାଁ କଲ୍ୟାଣ ସମିତିଗୁଡ଼ିକ ଅଧିକ ସକ୍ରିୟ କରାଯିବ। ଆସନ୍ତା ମେ ୨୪ ତାରିଖରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆଶା ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗୀଙ୍କ ସମ୍ପର୍କରେ ସର୍ବେକ୍ଷଣ କରିବେ। ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ଗାଁ କଲ୍ୟାଣ ସମିତିଗୁଡ଼ିକ ନିଜ ନିଜ ଗାଁରେ କୋଭିଡ ଓ ଅଣକୋଭିଡଜନିତ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ହାତକୁ ନେବେ। ଏଥିରେ ଗ୍ରାମବାସୀଙ୍କୁ ସକ୍ରିୟ ଭାବେ ସାମିଲ କରାଯିବ। ଗାଁ କଲ୍ୟାଣ ସମିତିଗୁଡ଼ିକ ଏଥିପାଇଁ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ଓ ଅଧିକ ୧୦ ହଜାର ଟଙ୍କା ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ମିଳିବ।

ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବାବେଳେ ଆଜି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ ଓ ମ୍ୟୁନିସିପାଲ କମିସନର, ସିଡିଏମଓ ଓ ଜିଲା ମିଶନ ନିର୍ଦେଶକଙ୍କୁ ଚିଠି ଲେଖି ଏମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ସବିଶେଷ ନିର୍ଦେଶ ଦେଇଛନ୍ତି।

- Advertisement -

ପ୍ରତ୍ୟେକ ଆଶା ଦିନକୁ ୨୦ ଘର ବୁଲିବେ ଏବଂ ଗୋଟିଏ ଘରେ ମାସରେ ଅତିକମରେ ଦୁଇ ଥର ସର୍ବେକ୍ଷଣ କରିବାକୁ ନିର୍ଦେଶ ରହିଛି। ଗାଁ କଲ୍ୟାଣ ସମିତି ଓ ଆଶା, ଅଙ୍ଗନବାଡ଼ି କର୍ମୀମାନେ ଗାଁରେ ଗାଁରେ କୋଭିଡ ସଚେତନତା ବାର୍ତ୍ତା ବାଣ୍ଟିବେ। ସମିତି ଗାଁରେ ନିୟମିତ ଭାବେ ବିଶୋଧନ କରିବା ସହିତ ଗରିବ ଲୋକଙ୍କୁ ତୁଣ୍ଡି, ସାବୁନ ଆଦି ବାଣ୍ଟିବେ। ଏହାସହିତ ଗରିବ ରୋଗୀଙ୍କ ହସ୍ପିଟାଲ ନେବା ଓ ଟିକାକରଣ କେନ୍ଦ୍ର ଯିବା ଖର୍ଚ୍ଚ ବହନ କରିବେ। କୋଭିଡ ସଂକ୍ରମିତଙ୍କ ଘର ବିଶୋଧନ କରିବା ସହିତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ବ ଗାଁ କଲ୍ୟାଣ ସମିତିକୁ ପ୍ରଦାନ କରାଯାଇଛି।

ଏହାବାଦ୍ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘରେ ଘରେ ବୁଲି କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଶୀଘ୍ର ପରୀକ୍ଷଣ ବ୍ୟବସ୍ଥା ସହିତ ସଂକ୍ରମିତଙ୍କୁ ଔଷଧ ଆଦି ଯୋଗାଇ ଦେବା ସହ ଡାକ୍ତରୀ ପରାମର୍ଶ ବ୍ୟବସ୍ଥା କରିବେ। ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା, ବିଶେଷକରି ଯଥା ସମୟରେ ଦ୍ବିତୀୟ ମାତ୍ରା ଟିକା ନେବାକୁ ଲୋକଙ୍କୁ ସଚେତନ କରିବେ। ଆଶା ସଂକ୍ରମିତଙ୍କ ଚିକିତ୍ସା ସମ୍ପର୍କିତ ସବିଶେଷ ବିବରଣୀ ନିଜ ପାଖରେ ଲିଖିତ ଆକାରରେ ରଖିବେ। ଡାଇରିଆରେ ପୀଡ଼ିତଙ୍କୁ ଓଆରଏସ ଓ ଜିଙ୍କ ଟାବଲେଟ ବଣ୍ଟନ, ଯକ୍ଷ୍ମା ଲକ୍ଷଣ ଥିବା ଲୋକଙ୍କ ଚିକିତ୍ସା ବ୍ୟବସ୍ଥା, ମାଲେରିଆ ନିରାକରଣ ଏବଂ ଦୁରାରୋଗରେ ପୀଡ଼ିତ କୋଭିଡ ସଂକ୍ରମଣରୁ କିପରି ନିଜକୁ ଦୂରେଇ ରଖିପାରିବେ ସେ ସମ୍ପର୍କରେ ସଚେତନ କରିବେ। ଏହାସହିତ ପ୍ରସବ ସମୟରେ ଗର୍ଭବତୀଙ୍କ ସହିତ ଯିବା, ଅସୁସ୍ଥ ଶିଶୁଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବା ଦିଗରେ କାର୍ଯ୍ୟ କରିବାକୁ ନିର୍ଦେଶ ରହିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories