www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ଼ ମେଡିକାଲରୁ ସୁସ୍ଥ ହୋଇ ଫେରିଲେ ୫୨, ଚିକିତ୍ସା ହେଉଛନ୍ତି ୩୦

ମୋହନା : ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ଦିନକୁ ଦିନ ବଢୁଥିବା ବେଳେ ମୋହନା ଅଞ୍ଚଳରେ ମଧ୍ୟ ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହା ଫଳରେ କିଛି ଲୋକ ମୃତ୍ୟୁବରଣ କଲେଣି। ଜ୍ଵର, କାଶ, ଥଣ୍ଡା ହେଲେ ଡାକ୍ତରଙ୍କ ପରାମର୍ଶ ନ ନେଇ ନକଲି ଡାକ୍ତର ବା  ସରକାରୀ ପ୍ରମାଣପତ୍ର ପାଇ ନଥିବା କ୍ଲିନିକରେ ଚିକିତ୍ସା କରାଉଛନ୍ତି। ଯେତେବେଳେ ଅତ୍ୟଧିକ ରୋଗ ବଢ଼େ ସେତେବେଳେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ପଠାଇଦିଅନ୍ତି। ନକଲି ଡାକ୍ତର ଓ ନକଲି କ୍ଲିନିକ ମାଲିକ ଶେଷରେ ଅକ୍ସିଜେନ କମ୍ ହେବା ଜାଣି ରୋଗୀକୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଦିଅନ୍ତି। ଯାହାଫଳରେ ରୋଗୀ ମୃତ୍ୟୁ ବରଣ କରଥାନ୍ତି। ୫୨ ଜଣ କରୋନା ଆକ୍ରାନ୍ତ ରୋଗୀ ସରକାରୀ ଚିକିତ୍ସା ପାଇ କାଳିଆପଟା କୋଭିଡ଼ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋରନାରେ ଆକ୍ରାନ୍ତ ହୋଇଥିବା ମୋଟ ୮୨ ଜଣ  କାଳିଆପଟା ମେଡିକାଲରେ ଚିକିସ୍ଥିତ ହେଉଥିଲେ। ସୁସ୍ଥ ହୋଇ ଘରକୁ ଫେରି  ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରୁଥିବା ଜଣାପଡିଛି। ବର୍ତ୍ତମାନ କାଳିଆପଟା କୋଭିଡ ମେଡିକାଲରେ ଚିକିସ୍ଥିତ ହେଉଛନ୍ତି ୩୦ ଜଣ  ରୋଗୀ। ସେମାନେ ଅତିଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।  ଡାକ୍ତର, ଅକ୍ସିଜେନ, ଔଷଧ, ଆମ୍ବୁଲାନ୍ସ ସେବା ବହୁ ପରିମାଣରେ ଜିଲ୍ଲାରେ ରହିଛି। ଜନ ସାଧାରଣ ନିଜ ରୋଗକୁ ନ ଲୁଚାଇ ସରକାରୀ ମେଡ଼ିକାଲକୁ ଯାଇ ପରୀକ୍ଷା କରାନ୍ତୁ ,ମାକ୍ସ ପିନ୍ଧନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତ୍ୱ ରଖିବା ସହ କୋଭିଡ଼ ନିୟମ ମାନି ଚଳନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ସାହା ବାର୍ତ୍ତା ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories