www.samajalive.in
Sunday, December 7, 2025
18.1 C
Bhubaneswar

ଓଡିଶା ଗ୍ରାମ୍ୟବ୍ୟାଙ୍କ କଖଡି ଶାଖାରେ ସାମାଜିକ ଦୂରତ୍ୱକୁ ଫୁ

ଗୁରୁଡିଝାଟିଆ: ରାଜ୍ୟ ସରକାର କରୋନା ମୁକାବିଲା ନିମନ୍ତେ ସାମାଜିକ ଦୁରତ୍ୱକୁ ଅନ୍ୟତମ ଅସ୍ତ୍ର ଭାବରେ ଅଭିହିତ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସଚେତନତାର ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି। ହେଲେ ବ୍ୟାଙ୍କମାନଙ୍କରେ ସାମାଜିକ ଦୂରତ୍ୱକୁ ଏକପ୍ରକାର ଅମାନ୍ୟ ହେଉଥିବା ଦେଖାଯାଉଛି। ଯାହାର ଉଦହାରଣ ଓଡିଶା ଗ୍ରାମ୍ୟବ୍ୟାଙ୍କ କଖଡି ଶାଖା। ବହୁ ଗ୍ରାହକ ଏକତ୍ରୀତ ହୋଇ ଦେହକୁ ଦେହ ଲଗାଇ ଠେଲାପେଲା ଅବସ୍ଥାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଫାଠକ ବନ୍ଦ କରିଥିବାରୁ ଉପଭୋକ୍ତାମାନେ ନିଜର ଜମାଖାତାକୁ ହାତଗଳାଇ ଗେଟ ପାଖରେ ଛିଡା ହୋଇଥିବା କର୍ମଚାରୀଙ୍କୁ ଦେଖାଉଥିଲେ। ବ୍ୟାଙ୍କ କର୍ତ୍ତୃଫକ୍ଷ ଉପଭୋକ୍ତାମାନଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରିବା ଏକାନ୍ତ ବିଧେୟ। ତାହା ତ କରିନାହାନ୍ତି। ଦ୍ୱିତୀୟରେ ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ଉପଭୋକ୍ତାମାନେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ସମାସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏସଂକ୍ରାନ୍ତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories