www.samajalive.in
Monday, December 8, 2025
14.1 C
Bhubaneswar

୨୪ଘଣ୍ଟା ମଧ୍ୟରେ ୩ଜଣଙ୍କ ଆତ୍ମସମର୍ପଣ ; ଗୋଟିଏ ଦିନରେ ୪ ପ୍ରବାସୀ ଫେରାର

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ସଙ୍ଗରୋଧ କେନ୍ଦ୍ରରୁ ବାରମ୍ଵାର ପ୍ରବାସୀ ଓଡ଼ିଆ ନିଖୋଜ ହେଉଛନ୍ତି। ଗତ ୧୧ ତାରିଖରେ ଅଡବା ଥାନା ଅଞ୍ଚଳରୁ ଜଣେ ପ୍ରବାସୀ ଫେରାର ହୋଇଥିବାବେଳେ ପୁଣି ୧୫ ତାରିଖରେ ୪ଜଣ ପ୍ରବାସୀ ଓଡ଼ିଆ ଲୁହାଗୁଡ଼ି ସଙ୍ଗରୋଧ କେନ୍ଦ୍ରରୁ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। ପ୍ରବାସୀ ଫେରାର ହେବାର ୨୪ ଘଣ୍ଟା ଭିତରେ ୩ ଜଣ ପ୍ରବାସୀ ଆତ୍ମସମର୍ପଣ କରିଛନ୍ତି। ଅନ୍ୟ ଜଣେ ଖଣି ପଞ୍ଚାୟତର କୁନା ମଳିକ ରବିବାର ସୁଦ୍ଧା ଫେରାର ଅଛନ୍ତି।

ପରିବାର ଲୋକେ ଚିନ୍ତାଗ୍ରସ୍ତ ଥିବାବେଳେ କୁନା ସହ ମୋବାଇଲ ଯୋଗାଯୋଗ କରିବା ସମ୍ଭବପର ହୋଇପାରି ନାହିଁ। ଏମାନଙ୍କୁ ଫେରାଇ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଧାନ, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ବଡ଼ ସିଦ୍ଧବା ସରପଞ୍ଚ ରମାକାନ୍ତ ପାଇକ। ଖବର ପ୍ରସାରଣ ପରେ ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲା ଏଡିଏମ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଡିଇଓ ପ୍ରଦୀପ କୁମାର ନାଗ ଲୁହାଗୁଡ଼ି ସଙ୍ଗରୋଧ ଗୃହ ଅନୁଧ୍ୟାନ କରି ଯେଉଁମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଛନ୍ତି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗୃହରେ ରହିଥିବା ମୌଳିକ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ଏତିଏମ ଶ୍ରୀ ପଣ୍ଡା କହିଛନ୍ତି। ଫେରାର ଥିବା ପ୍ରବାସୀ ଓଡ଼ିଆ ମଧ୍ୟରୁ ୨ ଜଣ ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମର ଯଶବନ୍ତ ନାୟକ ଓ ବସନ୍ତ ନାୟକ ଦୁଇଭାଇ ରବିବାର ପୂର୍ବାହ୍ନରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଓ ପରିବାର ଲୋକଙ୍କ କଥା ମାନି ଅଡବା ଥାନାରେ ଆତ୍ମସମର୍ପଣ କରିଥିଲେ । ଅନ୍ୟ ଜଣକ ବଡ଼ ସିଦ୍ଧବା ପଞ୍ଚାୟତ ଅନ୍ତର୍ଗତ ବାଦପୁର ଗ୍ରାମର ମିଟୁ ନାୟକ ପଞ୍ଚାୟତ କାର୍ୟାଳୟକୁ ଆସି ପ୍ରଶାସନର ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ଏହି ଖବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ବାରମ୍ଵାର ଏଭଳି ଘଟଣା ଘଟିବା ପଛର କାରଣ କଣ ହୋଇଥାଇ ପାରେ ବୋଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories