nua o banner

ଶ୍ରୀଜଗନ୍ନାଥଙ୍କ ମନ୍ଦିର ଆଗରେ ଫୁଟିଲା ପାରିଜାତ ଫୁଲ

BJD Bijuli 480×75 Mob

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମଲିପଶି ଛକରେ ଗତ ୩ ବର୍ଷ ହେଲା ତିନୋଟି ସୁଦୃଶ୍ୟ ରଥ ନିର୍ମାଣ କରାଯାଇ ରଥଯାତ୍ରା କରାଯାଉଛି। ଗତବର୍ଷ କରୋନା କଟକଣା ଯୋଗୁଁ ରଥଯାତ୍ରା ଫିକା ପଡ଼ିଯାଇଥିଲା। ତେବେ ଅକ୍ଷୟ ତୃତୀୟାରେ ମଲିପଶି ରଥ ପାଇଁ କାଠ ଅନୁକୂଳ କରାଯାଇଥିବା ବେଳେ ଏକ ଶୁଭ ଖବର ମିଳିଛି ମଲିପଶି ଲକ୍ଷ୍ମୀ ମଣ୍ଡପରେ ରହୁଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଲଗାଯାଇଥିବା ଏକ ପାରିଜାତ ଗଛରେ ପାରିଜାତ ଫୁଲଟିଏ ଫୁଟିଥିବା ଦେଖିବାକୁ ମିଳିଛି। ଜଗନ୍ନାଥଙ୍କ ବାସ ନିକଟରେ ପାରିଜାତ ଫୁଟିବା ଘଟଣାକୁ ଅତ୍ୟନ୍ତ ଶୁଭ ସୂଚକ କୁହାଯାଇଛି।

Comments are closed.