www.samajalive.in
Monday, December 15, 2025
16.1 C
Bhubaneswar

ବଣ୍ଡା ଘାଟିରେ ପହଞ୍ଚିଲା କୋରୋନା, ୧୨ ପଜିଟିଭ ଚିହ୍ନଟ

ମାଲକାନଗିରି : ମାଲକାନଗିରି ବଣ୍ଡା ଜନଜାତିଙ୍କ ନିକଟରେ କୋରୋନା ପହଞ୍ଚିଛି। ଏହି ଆଦିମ ଜନଜାତିଙ୍କ ମଧ୍ୟରେ  ୧୨ ଜଣ କୋରୋନା କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଆଞ୍ଚଳର ସପ୍ତାହିକ ହାଟ ଏବଂ ଆନ୍ଧ୍ରପ୍ରଦେଶରୁ ଫେରନ୍ତାଙ୍କ ଠାରୁ ଭୂତାଣୁ ବ୍ୟାପିବା ସଂନ୍ଦେହ କରାଯାଉଛି। ଏହି ସଂକ୍ରମଣ ଜନଜାତି ଚାଷକାମ ଓ ସାପ୍ତାହିକ ହାଟ ଉପରେ ନିର୍ଭରଶୀଳ ହୋଇଥିବା ବେଳେ  ନିଜ ଅଞ୍ଚଳରେ ଜୀବିକା ନିର୍ବାହ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନଥିବା ଯୋଗୁ  ପଡୋଶୀ ଜିଲ୍ଲାର ସପ୍ତାହିକ ହାଟ ଉପରେ ନିର୍ଭର କରୁଥିବା ବେଳେ କିଛି ଲୋକ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ତେଲେଙ୍ଗାନା  ଦାଦନକୁ  ଯାଉଛନ୍ତି। ତେଣୁ  ଆନ୍ଧ୍ରରୁ  ଏମାନଙ୍କୁ ସଙ୍କ୍ରମଣ ବ୍ୟାପିବା ଆଶଙ୍କା କରାଯାଉଛି। ବଣ୍ଡା ଘାଟିର ଅଣ୍ଡ୍ରାହାଲ ପଞ୍ଚାୟତରୁ ୮ ଜଣ ଓ ମୁଦୁଲିପଡା ପଞ୍ଚାୟତରୁ ୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହି ବଣ୍ଡା ଜନଜାତି ୧୨ ଜଣଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ଜଣ  ଘରେ ରହି  ଚିକିତ୍ସିତ ହେଉଛନ୍ତି। ତେବେ କୋରୋନା ସଂକ୍ରମଣକୁ ବଣ୍ଡା ଜନଜାତି ହରାଇବାରେ ସଫଳ ହୋଇଛନ୍ତି। ଗତ ବର୍ଷ କୋରୋନା ପ୍ରଥମ ଲହରୀରେ ବଣ୍ଡା ଜନଜାତି ପାଖକୁ ପହଞ୍ଚିବା ପାରିନଥିବା ବେଳେ ଏଥର କିନ୍ତୁ ବର୍ତି ନାହାନ୍ତି, ଜିଲ୍ଲା ପ୍ରଶାସନ ତରଫରୁ ଏଥି ପ୍ରତି ଅଧିକ ଗୁରୁତ୍ଵ ଦେଇ ବଣ୍ଡା ଜନଜାତିକୁ କୋରୋନା ମୁକ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବା ସହ ସେମାନଙ୍କ ଜୀବନ ଜୀବିକା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜଣା ପଡିଛି  ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories