www.samajalive.in
Tuesday, December 9, 2025
15.1 C
Bhubaneswar

ଦେଉଳି ପଂଚାୟତର ପରିଚ୍ଛଳ ମୌଜା ଅଣୁ ଆବଦ୍ଧlଞ୍ଚଳ ଘୋଷଣା

ବେଗୁନିଆ: କରୋନାର ଦ୍ୱିତୀୟ ଲହରରେ ବେଗୁନିଆ ବ୍ଲକରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛିl ଏହି ବ୍ଲକର ଦେଉଳି ପଂଚାୟତ ଅନ୍ତର୍ଗତ ପରିଚ୍ଛଳ ମୌଜାରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସଂକ୍ରମଣକୁ କିପରି ସେଠାରେ ରୋକ ଦିଆଯାଇପାରିବ ସେଥିପାଇଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ ଆଜି ଗୁରୁବାର ସନ୍ଧ୍ୟା ୭ ଟାରୁ ୧୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଦେଉଳି ପଂଚାୟତ ଅନ୍ତର୍ଗତ ପରିଚ୍ଛଳ ମୌଜାର ଗ୍ରାମ ଆରମ୍ଭରୁ ଥିବା ଶ୍ମଶାନ ଠାରୁ ଓକିଲ ସାହୁଙ୍କ ଘର ପର୍ଯ୍ୟନ୍ତ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରିଛନ୍ତିl

ଏଠାରେ ୬୦ ଟି ପରିବାରର ୩୫୦ଲୋକ ବାସ କରନ୍ତିl ସମ୍ପୃକ୍ତ ଅଞ୍ଚଳକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବାବେଳେ ସେହି ଅଂଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛିl ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବl ଏହି ଆବଦ୍ଧlଞ୍ଚଳରେ ପଂଚାୟତ ନିର୍ବାହୀ ଅଧିକାରୀ, ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ, ବୋତଳମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଉପଜିଲ୍ଲାପାଳଙ୍କ ନିର୍ଦେଶ ମୁତାବକ ସେଠାରେ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଦାଇତ୍ୱ ଦିଆଯାଇଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାଇତ୍ୱ ଦିଆଯାଇଛିl ଏହାପୂର୍ବରୁ ବେଗୁନିଆ ବ୍ଲକର ବେଗୁନିଆ ,ପୋଡାଡିହ ଏବଂ ବୋତଳମା ପଂଚାୟତର ୫ ଟି ଗ୍ରାମକୁ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରାଯାଇଥିଲାl ଆଜି ଏହି ଘୋଷଣା ପରେ ବେଗୁନିଆ ବ୍ଲକର ବିଭିନ୍ନ ପଂଚାୟତରେ ୬ ଟି ଗ୍ରାମକୁ ଅଣୁ ଆବଦ୍ଧlଞ୍ଚଳ ଭାବେ ଘୋଷଣା କରାଗଲାl

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories