www.samajalive.in
Saturday, December 13, 2025
26.1 C
Bhubaneswar

ପାନ ପତ୍ରରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ

ପାଖାପାଖି ୧୫୦ ବର୍ଷ ତଳେ ଉତ୍ତର ଭାରତରେ ଖାଦ୍ୟ ପ୍ରସ୍ତୁତି ଭିନ୍ନ ଭାବେ ହେଉଥିଲା। ବିଶେଷଜ୍ଞମାନେ ମଧ୍ୟ ଏହା ପ୍ରମାଣିତ କରିଛନ୍ତି। ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ଉତ୍ତର ଭାରତୀୟମାନେ ପ୍ରତ୍ୟେକ ବ୍ୟଞ୍ଜନରେ ପାନ ପତ୍ରର ଉପଯୋଗ କରୁଥିଲେ। ବର୍ତ୍ତମାନ ଦିଲ୍ଲୀର କନ୍ନଟ୍ ପ୍ଲେସ୍‌ସ୍ଥିତ ଏକ ରେସ୍ତୋରାଁ ‘ଦ ଇମ୍ପରିୟାଲ୍ ସ୍ପାଇସ୍’ ଏହିଭଳି ବିବିଧତାକୁ ଆପଣେଇ ଗ୍ରାହକଙ୍କୁ ଖାଦ୍ୟ ପରଷୁଛି। ଦେଶୀ ଲୋକଙ୍କ ଅପେକ୍ଷା ବିଦେଶୀ ଲୋକଙ୍କ ଭିଡ଼ ଏଠାରେ ସର୍ବାଧିକ ସଂଖ୍ୟାରେ ଦେଖାଯାଉଛି। ରେସ୍ତୋରାଁର ବରିଷ୍ଠ ସେଫ୍ ଆଲୋକ ଶାହ କହିଛନ୍ତି, ଗଲା ୧୨ ବର୍ଷ ହେଲା ଏହି ରେସ୍ତୋରାଁ ଗ୍ରାହକଙ୍କୁ ସୁଆଦିଆ ବ୍ୟଞ୍ଜନ ପରଷି ଲୋକପ୍ରିୟତାର ଶୀର୍ଷରେ। ଏଠାକାର ଆଭ୍ୟନ୍ତରୀଣ ସାଜସଜ୍ଜା ଖୁବ୍ ଉଚ୍ଚକୋଟୀର ହୋଇଥିବାବେଳେ ସବୁଥିରେ ରହିଛି ପାରମ୍ପରିକତାର ସ୍ପର୍ଶ। ରେସ୍ତୋରାଁର ରୋଷଶାଳାରେ ମାଟି, ଲୁହା ପାତ୍ରରେ ଖାଦ୍ୟ ପ୍ରସ୍ତୁତ ସହ ଶୁଦ୍ଧ ଦେଶୀ ଗାଈ ଘିଅରେ ଖାଦ୍ୟ ରନ୍ଧାଯାଇଥାଏ ବୋଲି ଜଣାପଡ଼ିିଛି। ସମସ୍ତ ବ୍ୟଞ୍ଜନରେ ଏକ ପ୍ରମୁଖ ବିଶେଷତ୍ବ ହେଲା ଏଥିରେ ପାନ ପତ୍ରର ଉପଯୋଗ କରାଯାଏ। ସୁପ୍, ଶାକାହାରୀ ଓ ଆମିଷ, ସମସ୍ତ ପ୍ରକାର ବ୍ୟଞ୍ଜନରେ ପାନ ପତ୍ରର ସୁଆଦ ମିଳିଥାଏ। ସେଫ୍‌ଙ୍କ କହିବାନୁସାରେ, ଏହା ହିଁ ରେସ୍ତୋରାଁର ଭିନ୍ନତା। ଗତ ୩ ବର୍ଷ ହେଲା ଏଠାରେ ବିଦେଶୀ ଖାଦ୍ୟକୁ ମଧ୍ୟ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ କରାଯାଉଛି। ଏଇ ସୁଆଦିଆ ଖାଦ୍ୟ ପାଇଁ ବିଦେଶୀ ଗ୍ରାହକଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗିିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories