www.samajalive.in
Saturday, December 13, 2025
26.1 C
Bhubaneswar

ବିବାହ ପ୍ରସ୍ତାବ ପାଇଁ ୭୦ ଲକ୍ଷ ଖର୍ଚ୍ଚ

ଲଣ୍ଡନର ଯୁବ ଉଦ୍ୟୋଗୀ ଭାବେ ଜଣାଯାନ୍ତି ୨୮ ବର୍ଷୀୟ ବରୁଣ ଭାନୋତ୍। ଜ୍ଞାତି ପରିଜନ, ବନ୍ଧୁବାନ୍ଧବ ସମସ୍ତେ ବରୁଣ ଓ ତାଙ୍କ ବାନ୍ଧବୀ ଅନିଶା ସେଠ୍‌୍ଙ୍କ ଘନିଷ୍ଠତା ସମ୍ପର୍କରେ ଜାଣନ୍ତି। ବରୁଣ ଅନେକ ଦିନ ହେବ ଚିନ୍ତା କରୁଥିଲେ ଯେ ଅନିଶାଙ୍କୁ ବିବାହ ପ୍ରସ୍ତାବ ଦେବେ? ହେଲେ ଅତ୍ୟାଧୁନିକ ଯୁବତୀ ଅନିଶାଙ୍କୁ ସେଭଳି ଭାବେ ପ୍ରସ୍ତାବ ନ ଦେଲେ, ସେ ଏହାକୁ ଅଣଦେଖା କରିବା ନିଶ୍ଚିତ ଥିଲା। ଏଣୁ ପ୍ରାୟ ବର୍ଷେ ତଳେ ତାଙ୍କ ଯୋଜନା ଆରମ୍ଭ ହେଲା। ପଶ୍ଚିମ ଇଂଲଣ୍ଡରେ ୩ ମାସ ତଳେ ବରୁଣ ଏକ ମକ୍କା ଚାଷ ଜମି ଖୋଜି ଠାବ କରିଥିଲେ। ମକ୍କା ଖେତକୁ ଚାରିପାଖରୁ ଭିନ୍ନ ଡିଜାଇନରେ କାଟିବା ନିମନ୍ତେ ଦେଢ଼ ମାସରୁ ଅଧିକ ସମୟ ଲାଗିଥିଲା। ମକ୍କା ଚାଷ ଜମିକୁ ୩ ମାସ ନିମନ୍ତେ ଭଡ଼ାରେ ନେବା ନିମନ୍ତେ ମାଲିକକୁ ଲକ୍ଷାଧିକ ଟଙ୍କା ଦେବାକୁ ପଡ଼ିଥିଲା। ଏହା ସହ ମଜୁରିଆଙ୍କୁ ନିୟୋଜିତ କରାଇ ଚାଷ ଜମି ଡିଜାଇନ୍‌ ନିମନ୍ତେ ଅର୍ଥ ବ୍ୟୟ କରିବାକୁ ପଛାଇ ନଥିଲେ ବରୁଣ। ଶେଷରେ ନିର୍ଦିଷ୍ଟ ଦିନ ବାନ୍ଧବୀ ଅନିଶାଙ୍କୁ ହେଲିକପ୍ଟରରେ ବସାଇ ଆକାଶ ମାର୍ଗରେ ସେହି ଜମିର ଉପର ସ୍ଥାନରେ ରହି ତାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ। ଅନିଶା ଯେତେବେଳେ ଆକାଶ ମାର୍ଗରୁ ଥାଇ ଚାଷ ଜମିରେ ନିଜ ନାମରେ ‘ଅନିଶା, ୱିଲ୍ ୟୁ ମ୍ୟାରି ମି’ ଲେଖା ହୋଇଥିବାର ଦେଖିଲେ, ଏହା ତାଙ୍କ ପାଇଁ କୌଣସି ଚଳଚ୍ଚିତ୍ରର ଦୃଶ୍ୟଠାରୁ କମ୍ ନଥିଲା। ବରୁଣ କେବଳ ବିବାହ ପ୍ରସ୍ତାବ ପାଇଁ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାର ପ୍ରକାଶ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories