www.samajalive.in
Wednesday, December 10, 2025
17.1 C
Bhubaneswar

ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ବଲାଙ୍ଗିର: ବଲାଙ୍ଗିର ଜିଲା ଦେଓଗାଁ ଦେଇ ପ୍ରବାହିତ ହେଉଥିବା ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବା ପାଇଁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ବ୍ୟାରେଜ ନିର୍ମାଣ ପାଇଁ ଅର୍ଥ ଅନୁଦାନ ମଂଜୁର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ , ସାମ୍ପ୍ରତିକ ସମୟରେ କରୋନା ଭୟାବହ ରୂପ ନେଇଛି। କରୋନା ଯୋଗୁଁ ଅନେକ ଜୀବନ ହାନୀ ହେବାରେ ଲାଗିଥିବା ବେଳେ ଅନେକ ପରିବାର ଉଜୁଡି ଯାଉଛି।

ଏଭଳି ପରିସ୍ଥିତିରେ ଦେଓଗାଁ, ବଲାଙ୍ଗିର ଓ ଗୁଡଭେଲା ବ୍ଲକର ୯୭ ହଜାରରୁ ଉର୍ଦ୍ଧ ଲୋକ ପାନୀୟ ଜଳ ସଙ୍କଟର ସମ୍ମୁଖିନ ହେଉଛନ୍ତି। ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ମଣିଷ ତଥା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି ହେବାରେ ଲାଗିଛି। ନଳକୂପ, ଇନ୍‍ଟାକ ୱେଲ ଓ ଉଠା ଜଳସେଚନ ପ୍ରକଳ୍ପମାନ ମଧ୍ୟ ପ୍ରାୟତଃ ଶୁଖିଲା ରହୁଛି। ଲୋକମାନେ ବାଧ୍ୟ ହୋଇ ବନ୍ଧ ଓ କଟାର ଦୂଷିତ ପାଣି ପିଉଛନ୍ତି। ଦୀର୍ଘ ୧୦ ରୁ ୧୫ ବର୍ଷ ହେବ ସ୍ଥାନୀୟ ଲୋକେ ସୋନଗଡ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୧୪ଶହ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଦେଓଗାଁ ବ୍ଲକର ୧୨ ପଞ୍ଚାୟତର ୨୮ ଖଣ୍ଡ ଗାଁ ଓ ବଲାଙ୍ଗିର ବ୍ଲକର ୫ ଖଣ୍ଡ ଗାଁର ଚାଷୀମାନେ ଉପକୃତ ହେବେ। ଭବାନୀପଟାଣ କେବିକେ ସର୍କଲ କ୍ଷୁଦ୍ର ଜଳସେଚନ ବିଭାଗର ଅଧକ୍ଷଣ ଯନ୍ତ୍ରୀ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ ନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଜଳସଂପଦ ବିଭାଗ ଓ ଓଡିଶା ସରକାରଙ୍କ ବୈଷୟିକ ପରାମର୍ଶ ଦାତା କମିଟି ପାଖରେ ଦାଖଲ କରି ସାରିଛନ୍ତି। ଜଳସଂପଦ ବିଭାଗର ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ୨୦୧୯ ମସିହାରୁ ଏହି ପ୍ରକଳ୍ପକୁ ମଂଜୁର ପ୍ରଦାନ କରି ସାରିଛନ୍ତି। ତେଣୁ ଅଞ୍ଚଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବା ପାଇଁ ଅତିଶୀଘ୍ର ଅର୍ଥ ଯୋଗାଇ ଦେବେ ବୋଲି ଲୋକଙ୍କ ଆଶା ଭରସା ରହିଥିବା ଶ୍ରୀମତୀ ରୀନା ମେହେର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories