www.samajalive.in
Sunday, December 7, 2025
18.1 C
Bhubaneswar

ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କାଟିଦେଲେ ଦୁର୍ବୃତ୍ତ, ଜବତ କଲା ବନ ବିଭାଗ

ଫୁଲବାଣୀ: ବନବିଭାଗର ବ୍ୟାପକ ସଚେତନତା ସତ୍ୱେ ଗ୍ରାମାଞ୍ଚଳରେ କୌଣସି ପ୍ରକାର ଫରକ୍ ପଡ଼ୁନଥିବାର ଦେଖାଯାଇଛି। ଦିନକୁ ଦିନ ବେଆଇନ ମୂଲ୍ୟବାନ ଶାଳ ଗଛ କାଟି ପକାଉଛନ୍ତି। ଫଳରେ ଫୁଲବାଣୀ ନିିକଟବର୍ତ୍ତି ଘଞ୍ଚ ଜଙ୍ଗଲ ଦିନକୁ ଦିନ ସଫା ହେବାକୁ ବସିଲାଣି। ଏପଟେ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଦିନ ଦ୍ୱିପହରରେ ମଧ୍ୟ ଜଙ୍ଗଲ ଲୁଟ୍ ଚାଲିଛି। ଗତକାଲି ଫୁଲବାଣୀ ବନବିଭାଗର ଫୁଲବାଣୀ ବନାଞ୍ଚଳ ଅନ୍ତର୍ଗତ ରାଶିମେଣ୍ଡି ଗ୍ରାମ ନିକଟବର୍ତ୍ତି ଜଙ୍ଗଲରୁ ବହୁ ଶାଳଗଛକାଟି ଦୁର୍ବୃତ୍ତମାନେ ଚାଲାଣ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ବିଳମ୍ବରେ ବନ ବିଭାଗ ଖବର ପାଇ ଆଜି ଉକ୍ତ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ କେବଳ କଟାଗଛ ଦେଖିଥିଲେ। ଏଥିରେ ସଂପୃକ୍ତ କାହାରିକୁ ଧରିବାରେ ସଫଳ ହୋଇନାହାନ୍ତି।

ବନବିଭାଗର ଅଧିକାରୀ ଏନେଇ ପଚରା ଉଚରା କରୁଥିବା ବେଳେ କଟାଯାଇଥିବା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛକୁ କେବଳ ଜବତ କରିଛି ବନ ବିଭାଗ। ତୁହାକୁ ତୁହା ସଚେତନତା ଶୋଭାଯାତ୍ରା, ଗାଁ ଗାଁ ବୈଠକ, ବନ ସଂରକ୍ଷଣ ସମିତି ଗଠନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କିଛି ମଧ୍ୟ କାମରେ ଆସୁ ନ ଥିବାର ବହୁ ପରିବେଶବିତ ମତ ପ୍ରକାଶ କରିଛନ୍ତି। ତେବେ ଉକ୍ତ ଅଞ୍ଚଳ ପାଇଁ ବନପାଳ ଓ ଫରେଷ୍ଟଗାର୍ଡ଼ ଭଳି ଅନ୍ୟ କର୍ମଚାରୀମାନେ ଦାୟିତ୍ୱରେ ଥିଲେ ମଧ୍ୟ କିଭଳି ଭାବେ କିଛି ଜାଣିପାରିଲେ ନାହିଁ ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। ଆଜି ଖବର ପାଇଁ ଫୁଲବାଣୀ ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ସେଠୀଙ୍କ ନେତୃତ୍ୱରେ ବନପାଳ ଆଶିଷ କୁମାର ଦିଗାଲ ଓ ଗାର୍ଡ଼ ଓ ପାରା ଷ୍ଟାଫମାନେ ଉକ୍ତ ଜଙ୍ଗଲରେ ପହଞ୍ଚି ଗଛଗୁଡ଼ିକ ଜବତ କରିଥିବା ପ୍ରକାଶ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories