www.samajalive.in
Sunday, December 7, 2025
14.1 C
Bhubaneswar

ଛଅଗାଁରେ କରୋନାର ବିସ୍ଫୋରକ ସ୍ଥିତି, ସଂକ୍ରମିତ ବୁଲୁଛନ୍ତି ବାହାରେ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଛଅଗାଁରେ କରୋନା ବିସ୍ଫୋରକ ସ୍ଥିତି ଆଡକୁ ମୁହାଉଁଛି। ଏବେ ସୁଦ୍ଧା ଗାଁରେ ୧୩ଜଣ ସଂକ୍ରମିତ ଅଛନ୍ତି। ସଂକ୍ରମିତଙ୍କ ପାଇଁ ଉପଯୁକ୍ତ ଆବଶ୍ୟକ ମୁତାବକ ଘର ନଥିବାରୁ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବହୁ ସଂକ୍ରମିତ ମଧ୍ୟ ଖୁଲମଖୁଲା ବୁଲୁଛନ୍ତି। ଆଜି ଏଭଳି ସ୍ଥିତିକୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତ୍ୱରିତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଦଳ ଆଖିରେ ଦେଖିଛନ୍ତି। ସଂଗରୋଧରେ ଥିବା ୩ଜଣ ଗୁରୁତର ସଂକ୍ରମିତଙ୍କୁ କୋଭିଡ ଚିକିତ୍ସାଳୟକୁ ପ୍ରେରଣ କରିଛନ୍ତି। ଗାଁରେ ପ୍ରତ୍ୟେକ ୧୩ଜଣଙ୍କୁ ବ୍ରହ୍ମପୁର ସେବା ଦଳର ମୁଖ୍ୟ ଡାକ୍ତର ଦୀପକ ରାଜ ଘରେ ଭେଟି ସେମାନଙ୍କ ଅମ୍ଳଜାନ ସ୍ତର, ସ୍ୱାସ୍ଥ୍ୟାବସ୍ଥା ଓ ଔଷଧ ସେବନ ସଂପର୍କରେ ପଚାରିବୁଝିବା ବେଳେ ୨ଜଣ ଗୁରୁତରଙ୍କୁ ଦେଖିଥିଲେ। ଡାକ୍ତର ରାଜ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ସହିତ ପରାମର୍ଶ କରି କୋଭିଡ ଚିକିତ୍ସାଳୟ ପ୍ରେରଣ କରିଥିଲେ। ଗାଁଟି ଜନସଂଖ୍ୟା ବହୁଳ ହୋଇଥିବା ବେଳେ ଘର ଘରକୁ ଲାଗିରହିଛି। ଏଭଳି ସ୍ଥିତିରେ କରୋନା ବୃଦ୍ଧି ପାଉଛି। ପାଶ୍ୱବର୍ତ୍ତି ପର୍ବତିଆରେ ମଧ୍ୟ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଘରକୁ ଡାକ୍ତର ରାଜ, ସ୍ୱାସ୍ଥ୍ୟ ପରିଦର୍ଶକ ରମାକାନ୍ତ ସିହ୍ନା ଓ ଶୁଭେନ୍ଦୁ କୁମାର ନାୟକ ପ୍ରମୁଖ ଅନୁଧ୍ୟାନ କରିଛନ୍ତି। ଉପଖଣ୍ଡ ପ୍ରଶାସନ ଛଅଗାଁକୁ ଅଣୁନିସିଦ୍ଧାଞ୍ଚଳ ଘୋଷଣା କରିବା ସହିତ ବିଶୋଧନ କରିବା ଆଦି କାର୍ଯ୍ୟକ୍ରମ ହାତକୁ ନେବାର ଆବଶ୍ୟକତା ରହିଛି। ନଚେତ୍ ଆଗାମୀ ଦିନରେ ଛଅଗାଁ ଜିଲ୍ଲାର କରୋନାର ଉତପ୍ତ ବଳୟ ସୃଷ୍ଟିକରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories