www.samajalive.in
Monday, December 15, 2025
14.1 C
Bhubaneswar

କରୋନା ସମୟରେ କରୁଣ ଚିତ୍ର: ଅସୁରକ୍ଷିତ ଅବସ୍ଥାରେ ମଦ ଦୋକାନ ବାରଣ୍ଡାରେ ମାଆ, ପୁଅ

ହରଭଙ୍ଗା: ଚଳିତ ମାସରେ ପ୍ରାଣଘାତୀ ମହାମାରୀ କୋରୋନାର କାୟାବିସ୍ତାରକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଘରୁ ନ ବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ସଂପ୍ରତି କୋରୋନା କଟକଣାରେ ଚାରିଆଡେ ଲକଡାଉନ ବଳବତର ଯୋଗୁଁ ଦୋକାନ, ବଜାର ସାଙ୍ଗକୁ ଗାଡି ଚଳାଚଳ ବନ୍ଦ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଛି। କୋରୋନା ଭୟରେ ସଚେତନ ମଣିଷ ନିଜ ଜୀବନ ସାଙ୍ଗକୁ ପରିବାରବର୍ଗଙ୍କ ଜୀବନ ସୁରକ୍ଷା ପାଇଁ ସରକାରୀ ନୀତିନୟମକୁ ପାଳନ କରି ଘର ଚାରିକାନ୍ଥ ଭିତରେ ସୁରକ୍ଷିତ ରହିବାକୁ ଉଚିତ୍ ମନେକରୁଛି। କୋରୋନା ଭୟ ସମସ୍ତଙ୍କୁ ଘାରିଥିବାବେଳେ ଏଭଳି ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ହରଭଙ୍ଗାବ୍ଲକ ସଦରମହକୁମା ଚାରିଛକସ୍ଥିତ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ ନିକଟରେ ଥିବା ଏକ ମଦ ଦୋକାନ ବାରଣ୍ଡାରେ ଜଣେ ଅସହାୟ ମହିଳା ମହାମାରୀକୁ ଖାତିର ନକରି ନିର୍ଭୟରେ ନିଜର ଅଢେଇ ବର୍ଷର କୋମଳମତି ଶିଶୁକୁ ଧରି ମାଗିଯାଚି ପରପିଣ୍ଡାରେ ହସଖୁସିରେ ଜୀବନ ବିତଉଥିବା ଘଟଣା ସମସ୍ତଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଛିଡାକରିଛି। ଏଭଳି ଏକ ସମ୍ବେଦନଶୀଳ ଚିତ୍ର ଗଣମାଧ୍ୟମ ନଜରକୁ ଆସିଥିଲା। ମହିଳାଙ୍କ ବିଷୟରେ ପଚରାଉଚରା ପରେ ସେ ତାଙ୍କ ନାମ ଭେଟଲି ଭୋକ୍ତା ଏବଂ ତାଙ୍କ ଘର ଧଳପୁର ପଂଚାୟତ ଅର୍ନ୍ତଗତ କଙ୍କଲା ଗ୍ରାମର ବୋଲି କହିଥିଲେ।

ଗତ କିଛି ବର୍ଷ ତଳେ ସେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଂଚଳରେ ବିବାହ କରିଥିଲେ। କୌଣସି କାରଣରୁ ଶଶୁର ଘର ଲୋକେ ତାଙ୍କୁ ସେଠାରୁ ତଡିଦେବାରୁ ସେ ଗତ ୩ବର୍ଷ ହେଲା ବାପ ଘରେ ରହିଆସୁଥିଲେ। ଗତ ଅଢେଇ ବର୍ଷ ତଳେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଛି। ତାକୁ ଧରି ସେ ବର୍ତମାନ ଚାରିଛକ ବଜାରରେ ମାଗିଯାଚି ଚଳୁଛନ୍ତି। ରାତିହେଲେ ଅସୁରକ୍ଷିତ ଅବସ୍ଥାରେ ୟା, ତା ଦୋକାନ ପିଣ୍ଡାରେ କୋମଳମତି ଶିଶୁପୁତ୍ରକୁ ଧରି ଅସହାୟ ଅବସ୍ଥାରେ ରାତିକାଟୁଥିବା ସେ କହିଛନ୍ତି। ଏଭଳି ପରିସ୍ଥିତିରେ ଜଣେ ଅସହାୟ ପରିତ୍ୟକ୍ତ ମହିଳାଙ୍କ ପାଖେରେ କୌଣସି ବିକଳ୍ପ ରାସ୍ତା ନଥିବାରୁ ନିଜର କୋମଳମତି ଶିଶୁ ମୁହଁରେ ଦୁଇମୁଠା ଆହାର ଦେବାପାଇଁ ଏଭଳି ଅବସ୍ଥାରେ ଜୀବନ କାଟୁଥିବା ଘଟଣା ସରକାରଙ୍କ ଗରିବ କଲ୍ୟାଣ ଏବଂ ମହିଳା ଓ ଶିଶୁ ସୁରକ୍ଷା ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତୁରନ୍ତ ଅସହାୟ ମହିଳାଙ୍କ ଉପରେ ଜିଲ୍ଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ତାଙ୍କୁ ଥଇଥାନ କରି ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ବୁଦ୍ଧିଜୀବି ମହଲରୁ ଦାବୀ ଉଠୁଛି।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories