www.samajalive.in
Saturday, December 13, 2025
14.1 C
Bhubaneswar

କରୋନା ମୃତକଙ୍କ ଶବ ସତ୍କାର କଲେ ତହସିଲଦାର ଓ ଡାକ୍ତର

ବଡ଼ମ୍ବା: କରୋନା ନାଁ ଶୁଣିଲେ ରୋଗୀ କାହିଁକି ବନ୍ଧୁ ପରିଜନ ବି ଛାନିଆ। ହେଲେ କର୍ତ୍ତବ୍ୟରତ ଅଧିକାରୀ ହୁଅନ୍ତୁ ଅବା ଡାକ୍ତର କିନ୍ତୁ ରାତି ପାହିଲେ କରୋନା ନିୟନ୍ତ୍ରଣ ନେଇ ନିରବଛିନ୍ନ କାର୍ୟ୍ୟ ତୁଲାଉଛନ୍ତି। କେବଳ ସେତିକି ନୁହେଁ ମାନବିକତା ଦୃଷ୍ଟିରୁ କରୋନାରେ ମୃତ୍ୟୁ ବରଣ କରିଥିବା ଶବକୁ ମଧ୍ୟ ବ୍ୟବଛେଦ କରିବାଠୁ ଦାହ କରିବା ଲାଗି କେହି ସାହାସ ଜୁଟାଉନଥିବା ବେଳେ ଏହି ଅଧିକାରୀ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉନଥିବା ଦେଖାଯାଉଛି।

ଗଞ୍ଜାମ ପରେ ଏବେ କଟକ ଜିଲା ବଡ଼ମ୍ବା ବ୍ଲକର ତହସିଲଦାର ଦେବଦତ୍ତ ମହାନ୍ତ ଏବଂ ସ୍ଥାନୀୟ କୋଭିଡ ଯତ୍ନ କେନ୍ଦ୍ରର ତତ୍ତ୍ୱାବଧାରକ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ ଏଭଳି ନିଷ୍ଠାପର କୋଭିଡ ଯୋଦ୍ଧା ଭାବେ ଅନ୍ୟପାଇଁ ପ୍ରେରଣାର ଉତ୍ସ ହୋଇଥିବା ଚର୍ଚ୍ଚା ହେଉଛି। ଏହି ଦୁଇ କର୍ତ୍ତବ୍ୟପରାୟଣ ଅଧିକାରୀ ଶେଷରେ ସଙ୍ଗରୋଧରେ ଘରେ ଥାଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣେ ବୃଦ୍ଧାଙ୍କର ଶେଷକୃତ୍ୟ ପ୍ରତ୍ୟକ୍ଷଭାବେ ଉପସ୍ଥିତ ରହି ସମ୍ପନ୍ନ କରିଥିବା ଜଣାଯାଇଛି।

- Advertisement -

ଘଟଣାରୁ ପ୍ରକାଶ ବଡ଼ମ୍ବା ବ୍ଲକ ଇଛାପୁର ଗ୍ରାମନିବାସୀ ୬୨ବର୍ଷ ବୟସ୍କା ସୁକାନ୍ତି ସ୍ୱାଇଁ ଗତ ୫ ତାରିଖରେ କୋଭିଡ ଆକ୍ରାନ୍ତରେ ମୃତ୍ୟୁବରଣ କରିଥିଲେ। ତେବେ କୋଭିଡ ପ୍ରୋଟକଲ ଦୃଷ୍ଟିରୁ ଏଭଳି ଘଟଣାରେ ପୂର୍ବରୁ ଶବଯାଇ କଟକରେ ସତ୍କାର କରାଯାଉଥିବା ବେଳେ ପ୍ରଥମକରି ଏହାକୁ ନିଜ ଗାଁ ମାଟିରେ କରିବାପାଇଁ ଏହି ଦୁଇ ଅଧିକାରୀ ନିଷ୍ପତି ନେଇଥିଲେ। ବନ୍ଧୁ ପରିଜନଙ୍କ ସହମତିରେ ଗାଁ ମଶାଣିରେ ସମସ୍ତ ସୁରକ୍ଷା ପଦ୍ଧତି ଆପଣାଇ ତହସିଲଦାର ଶ୍ରୀ ମହାନ୍ତ ଏବଂ ଡାକ୍ତର ଶ୍ରୀ ମଲ୍ଲିକ ନିଜେ ଉପସ୍ଥିତ ରହି ଏହି ସତ୍କାର କାର୍ୟ୍ୟ ତୁଲାଇଥିବା ମାନବିକତାର ଏକ ଅନନ୍ୟ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି କାର୍ୟ୍ୟରେ କୋଭିଡ ଯୋଦ୍ଧା ତଥା ବ୍ଲକ କାର୍ୟ୍ୟାଳୟର ବରିଷ୍ଠ କର୍ମକର୍ତ୍ତା ପ୍ରଦୀପ ମିଶ୍ର ଏବଂ ଫାର୍ମାସିଷ୍ଟ କମଳକାନ୍ତ ମହାନ୍ତି ସାହାସର ସହିତ ସହଯୋଗ କରିଥିଲେ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories