www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତା ପାଲଟିଛି ମରଣ ଯନ୍ତା, ମରାମତି ପାଇଁ ଦାବିି

ଚୌଦ୍ୱାର: ଚୌଦ୍ୱାର-ଚାରବାଟିଆ ରାସ୍ତାର କଳିଙ୍ଗ ଛକ ଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିବା ସହିତ ମରଣଯନ୍ତା ପଲଟିଛି। ଆଜକୁ ପ୍ରାୟ ଏକମାସ ହେବ ଜାତୀୟ ରାଜପଥ ଓ ଚାରବାଟଇଆ ରାସ୍ତାର ସଂଯୋଗସ୍ଥଳରେ ଆଣ୍ଠୁୁଏ ଗଭିରର ବଡ଼ ଗର୍ତ୍ତ ସୃଷ୍ଠି ହୋଇଛି। ସେଥିରେ ଜନସ୍ୱାସ୍ଥ୍ୟ ପାଇପ୍‍ରୁ ପାଣି ପଶିବା ସହିତ ପାଖ ଡ୍ରେନ୍‍ର ପାଣି ଗାଢ଼ରେ ପଶି ଜମି ରହି ପୋଖରୀ ସୃଷ୍ଠି ହେଲାଣି। ଏହି ରାସ୍ତାରେ ଚୌଦ୍ୱାର ସର୍କଲ ଜେଲ, ପ୍ରତିରକ୍ଷା ବିଭାଗର ଏଆରସି, ଇଏସ୍‍ଆଇ ହସପିଟାଲ ଆଦି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସବୁ ରହିଥିବା ବେଳେ ଚୌଦ୍ୱାର ସହର ତଥା ଗ୍ରାମାଞ୍ଚଳର ଅନ୍ୟୁନ ୧୦ଟି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ଲୋକ ପ୍ରତିଦିନ ଏହି ରାସ୍ତାରେ ଯାତାୟତ କରିଥାନ୍ତି। ଏଥି ସହିତ ସ୍ଥାନୀୟ ଇମ୍ଫା କାରଖାନାକୁ ପ୍ରତିଦିନ ଶହଶହ ସଂଖ୍ୟାରେ ଟ୍ରକ୍‍ ଏହି ରାସ୍ତାରେ ଯାତାୟତ କରୁଛନ୍ତି।

ରାସ୍ତା ଉପରେ ସୃଷ୍ଠି ହୋଇଥିବା ଏହି କୃତ୍ରିମ ପୋଖରୀରେ ପଡ଼ି ପ୍ରତିଦିନ ବହୁ ସଂଖ୍ୟକ ପଥଚାରୀ ଆହତ ହୋଇ ଲହୁ ଲୁହାଣ ହେବା ସହିତ ଗାଡ଼ି ମଟର ସବୁ ଜଖମ ହେଉଛନ୍ତି। ଏହି ରାସ୍ତାଟିର ମରାମତି ପାଇଁ ନାଁ ବିଭାଗୀୟ କତ୍ତୃପକ୍ଷ ନାଁ ପୌରପ୍ରଶାସନ ପଦକ୍ଷେପ ନେଉଛନ୍ତି। ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ସଂକଟର ସମ୍ମୁଖୀନ ହେଉଛନ୍ତି। ସମସ୍ୟା ଅସହ୍ୟ ହେବାରୁ ଶେଷରେ ଚୌଦ୍ୱାର ସଚେତନ ନାଗରିକ ମଞ୍ଚ ତରଫରୁ ପ୍ରତିବାଦର ସ୍ୱର ଉଠିଛି। ରାସ୍ତାର ତୁରନ୍ତ ମରାମତି ପାଇଁ ମଞ୍ଚ ତରଫରୁ ଆର ଏଣ୍ଡ ବି ନିର୍ବାହୀ ଯନ୍ତ୍ରୀ,ଚୌଦ୍ୱାର ଥାନା ଆଇଆଇସି, ପୌର ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ତୁରନ୍ତ ରାସ୍ତା ମରାମତି ନହେଲେ ଚୌଦ୍ୱାରବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories