www.samajalive.in
Sunday, December 14, 2025
19.1 C
Bhubaneswar

ଭୁବନେଶ୍ବରରେ ଟିକା ଉତ୍ପାଦନ ୟୁନିଟ୍‌ର ନିର୍ମାଣ ଆରମ୍ଭ, ୨୦୨୨ ଜୁନ୍‌ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ଲକ୍ଷ୍ୟ, ବାୟୋ-ଟେକ୍ନୋଲୋଜି ଇନ୍‌କ୍ୟୁବେସନ୍‌ ପ୍ରୋତ୍ସାହନ ପାଇଁ ୧୫କୋଟି ଟଙ୍କାର ପ୍ରାବଧାନ

ଭୁବନେଶ୍ୱର: ଓଡ଼ିଶାରେ ବ୍ୟବସାୟ ଅନୁଗୁଳ ବାତାବରଣ ଏବଂ ଇଡ୍‍କୋ ମାଧ୍ୟମରେ ତ୍ୱରିତ ଜମି ଆବଣ୍ଟନ ପ୍ରକ୍ରିୟାକୁ ଭୁବନେଶ୍ୱରର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହୋଇଛି। ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ବୈଧାନିକ ଏବଂ ଆଇନଗତ ଅନୁମତି ମଧ୍ୟ ଦିଆସରିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାୟୋଟେକ୍‍ କାର୍ଯ୍ୟାନ୍ୱୟନ କମିଟିର ଆଲୋଚନାରୁ ଏହା ଜଣାପଡ଼ିଛି। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‍ ମୋଡ଼ରେ ଅନୁଷ୍ଠିତ ଏହିବୈଠକରେ ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗ ଶାସନ ସଚିବ ମନୋଜ ମିଶ୍ର ରାଜ୍ୟରେ ବାୟୋଟେକ୍‍ ନିୟମକର ବାସ୍ତବ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଟିକା ଉତ୍ପାଦନ ୟୁନିଟ୍‍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ମିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଭାରତ ବାୟୋଟେକ୍‍ ଇଣ୍ଟରନ୍ୟାସ୍‍ନାଲ୍‍ କମ୍ପାନୀ ଏବଂ ଅନ୍ଧାରୁଆ ବାୟୋଟେକ୍‍ ପାର୍କ ପାଇଁ ଗଠିତ ସ୍ୱତନ୍ତ୍ର ଏସ୍‍ପିଭିଙ୍କୁ ନିର୍ଦେଶ ଦେଇଥିଲେ। ୨୦୨୨ ଜୁନ୍‍ ମାସ ସୁଦ୍ଧା ଏହି ୟୁନିଟ୍‍ରୁ ଟିକା ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

 

- Advertisement -

ବାୟୋଟେକ୍‍ର ନୂତନ ପରୀକ୍ଷା ନିରୀକ୍ଷା ଏବଂ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ଅଧିକ ତ୍ୱରାନ୍ୱିତ ଓ ଲକ୍ଷ୍ୟଭେଦୀ ନିମନ୍ତେ ଏକ ବୃତ୍ତିଗତ ନିର୍ଦେଶାଳୟ ତିଆରି କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ବିଭାଗକୁ ନିର୍ଦେଶ ଦେଇଥିଲେ। ବିଭାଗୀୟ ଶାସନ ସଚିବ ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶା ବାୟୋଟେକ୍‍ ନିୟମକ ୨୦୧୮ ଅନୁସାରେ ବାୟୋଟେକ୍‍ରେକାମ କରୁଥିବା ନବ-ଅନୁସନ୍ଧାନକାରୀ ଏବଂ ଷ୍ଟାଟ୍‍ଅପ୍‍ମାନଙ୍କୁ ଜମି, ଜମିର କିସମ ପରିବର୍ତ୍ତନ, ଷ୍ଟାମ୍ପ ଡ୍ୟୁଟି, ତାଲିମ, ପୁଞ୍ଜିନିବେଶ, ବ୍ୟାଙ୍କ ଋଣ ଉପରେ ସୁଧ ଆଦି ବିଷୟରେ ବିଭିନ୍ନ ପ୍ରକାର ରିହାତି ଦିଆଯାଉଛି। ବୃତ୍ତିଗତ ପରିଚାଳନା ମାଧ୍ୟମରେ ଏସବୁ ରିହାତିର ଅଧିକ ଫଳଦାୟୀ ବିନିଯୋଗ ହୋଇପାରିବ। ଏକ ସ୍ୱତନ୍ତ୍ର ବୃତ୍ତିଗତ ନିର୍ଦେଶାଳୟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଇପିକଲ୍‍ ଏବଂ ଶିଳ୍ପ ବିଭାଗର ଆନୁଷ୍ଠାନିକ ବ୍ୟବସ୍ଥା ମାଧ୍ୟମରେ ବାୟୋଟେକ୍‍ ୟୁନିଟ୍‍ମାନଙ୍କର ପ୍ରୋତ୍ସାହନ ଜାରିରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ବାୟୋଟେକ୍‍ ଇନ୍‍କ୍ୟୁବେଟରମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ନିମନ୍ତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଓ ଶିଳ୍ପବିଭାଗର ଫଣ୍ଡ ଅଫ୍‍ ପଣ୍ଡସ୍‍ରେ ୧୫କୋଟି ଟଙ୍କାର ପ୍ରାବଧାନ କାଯାଇଥିଲା।
ଇଡ୍‍କୋ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ସିଂହ କହିଥିଲେ ଯେ ଭୁବନେଶ୍ୱର ଇନ୍‍ଫୋସିଟି ନିକଟରେ ଇଡ୍‍କୋ ଦ୍ୱାରା ଏକ ଆଧୁନିକ ଜିରୋ-ହବ୍‍ ଇନ୍‍କ୍ୟୁବେସନ୍‍ ୨୮ଜହାର ବର୍ଗଫୁଟ ଜାଗା ଦିଆଯାଇପାରିବ। ଏହି ଭବନରେ ଅଧିକ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ବାୟୋଟେକ୍‍ ଆଦି କ୍ଷେତ୍ରରେ କାମ କରୁଥିବା ଇନ୍‍କ୍ୟୁବେଟରମାନଙ୍କୁ ଏଥିରେ ସ୍ଥାନ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏହାଦ୍ୱାରା ଏହି ଭବନରେ ପରସ୍ପରର ପରିପୂରକ ଭିତ୍ତିକ ଏବଂ ଅତ୍ୟାଧୁନିକ ନବ-ଅନୁସନ୍ଧାନ ବାବତାବରଣ ସୃଷ୍ଟି ହୋଇପାରିବ ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀ ମିଶ୍ର କହିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories