www.samajalive.in
Saturday, December 13, 2025
27.1 C
Bhubaneswar

କୋଭିଡ୍‍ ଯତ୍ନ କେନ୍ଦ୍ରକୁ ଶ୍ୟାମ୍‍ ମେଟାଲିକ୍ସର ସହାୟତା

ରେଙ୍ଗାଲି: କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କରୋବା ଆକ୍ରାନ୍ତଙ୍କ ପ୍ରାଥମିକ ଚିକିତ୍ସା ସକାଶେ ସରକାର ପ୍ରତି ବ୍ଳକରେ ଏକ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‍ ଯତ୍ନ କେନ୍ଦ୍ର ଖୋଲିବାର ବ୍ୟବସ୍ଥା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରେଙ୍ଗାଲି ବ୍ଳକ୍‍ ରଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟରେ ଏକଶହ ଶଯ୍ୟା ବିଶିଷ୍ଟ କୋଭିଡ୍‍ ଯତ୍ନ କେନ୍ଦ୍ର ଖୋଲାଯିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତିି ଚାଲିଛି। ବ୍ଳକର ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କମ୍ପାନୀ ପକ୍ଷରୁ ଏହି କୋଭିଡ୍‍ ଯତ୍ନ କେନ୍ଦ୍ର ପରିଚାଳନା ସକାଶେ ସିଏସ୍‍ଆର୍‍ ପାଣ୍ଠିରୁ ୨୦ଟି ଗଦି, ୪୦ଟି ବେଡ୍‍ ସିଟ୍‍ ଏବଂ ୩୦ଟି ଖୋଳ ଯୁକ୍ତ ତକିଆ ଯୋଗାଇ ଦିଆଯାଇଥିବା ଜଣାପଡିଛି। କ୍ମାପଣିର ସରୋଜ କୁମାର ନାଏକ ଏବଂ ସୁଧିର ସେଠଙ୍କ ତତ୍ତ୍ୱାବଧାନରେ ଏହି ସହାୟତା ସାମଗ୍ରୀ ପ୍ରଦାନ କରାଯାଇଥିଲା।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories