www.samajalive.in
Tuesday, December 9, 2025
17.1 C
Bhubaneswar

ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ମୁହାଁମୁହିଁ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ବିବାଦ କାହାକୁ ଅଛପା ନାହିଁ। ଅନେକ ସମୟରେ ଏହି ଦୁଇ ଜଣଙ୍କ ମଧ୍ୟରେ କନ୍ଦଳ ଦେଖିବାକୁ ମିଳିଥାଏ। ତେବେ ରାଜ୍ୟରେ ପୁଣି ଥରେ ଟିଏମସି କ୍ଷମତାକୁ ଫେରିବା ପରେ ପ୍ରଥମ ଥର ଲାଗି ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ତାହା ପୁଣି ମମତାଙ୍କ ଶପଥ ଗ୍ରହଣ ଉତ୍ସବରେ। ଯେଉଁଠି ଦୁଇ ଜଣଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିବା ଦେଖାଯାଇଛି।

ସୂଚନା ଅନୁସାରେ, ଟିଏମସିର ବିପୁଳ ବିଜୟ ପରେ ବୁଧବାର ପୂର୍ବାହ୍ନରେ ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ମମତା ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଜ୍ୟପାଳଙ୍କ ଉପସ୍ଥିତିରେ ସେ ଶପଥ ନେଇଥିଲେ। ତେବେ ଏହି ସମାରୋହରେ ରାଜ୍ୟରେ ହିଂସା ପ୍ରସଙ୍ଗକୁ ନେଇ ମମତା ଏବଂ ଧନଖଡ଼ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା।

- Advertisement -

ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଧନଖଡ଼ ମମତାଙ୍କୁ ୩ୟ ଥର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଧନଖଡ଼ କହିଥିଲେ, ରାଜ୍ୟରେ ବିନା କୌଣସି କାରଣରେ ଘଟୁଥିବା ହିଂସା ଘଟଣାଗୁଡ଼ିକର ଅନ୍ତ ହେଉ ଏବଂ ମୋର ଆଶା ଅଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇନ ବ୍ୟବସ୍ଥାକୁ ସାଧାରଣ ଅବସ୍ଥାକୁ ଆଣିବା ଲାଗି ତୁରନ୍ତ ପଦକ୍ଷେପ ନେବେ।

ତେବେ ମମତା ଶପଥ ଗ୍ରହଣ ସମୟରେ ରାଜ୍ୟପାଳଙ୍କ ଏହି ଅନୁରୋଧ ଉପରେ ଜବାବ ଦେଇ କହିଥିଲେ ଯେ, ମୋର ଶପଥ ଗ୍ରହଣ ପର୍ଯ୍ୟନ୍ତ ରାଜ୍ୟରେ ଆଇନ ବ୍ୟବସ୍ଥା ନିର୍ବାଚନ ଆୟୋଗଙ୍କ ପାଖରେ ରହିଥିଲା। ମମତାଙ୍କ ଏପରି ଜବାବ ସେଠାରେ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ପୁଣି ଥରେ ଉଜ୍ଜୀବିତ କରିଦେଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories