www.samajalive.in
Sunday, December 7, 2025
16.1 C
Bhubaneswar

ଭାରତରେ ତାଞ୍ଜାନିଆ ପ୍ରତିରକ୍ଷା ପରାମର୍ଶଦାତାଙ୍କ କୋଭିଡରେ ପରଲୋକ

ନୂଆଦିଲ୍ଲୀ: ଏଠାରେ ଥିବା ବିଭିନ୍ନ ଦୂତାବାସରେ କୋଭିଡ ସଂକ୍ରମଣ ବୃଦ୍ଧିପାଉଥିବା ଖବର ହସ୍ତଗତ ହୋଇଥିବାବେଳେ ଭାରତରେ ଅବସ୍ଥାପିତ ତାଞ୍ଜାନିଆର ଜଣେ କୂଟନୀତିଜ୍ଞଙ୍କର ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବେସ୍‍ ହସପିଟାଲରେ ପରଲୋକ ଘଟିଛି। ଭାରତରେ କୋଭିଡ-୧୯ ମହାମାରୀରେ ଆକ୍ରାନ୍ତ ହୋଇ ଜଣେ ବିଦେଶୀ କୂଟନୀତିଜ୍ଞ ପ୍ରାଣ ହରାଇବା ଏହା ପ୍ରଥମ ଘଟଣା। ତାଞ୍ଜାନିଆ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଭାରତରେ ଅବସ୍ଥାପିତ ତାଞ୍ଜାନିଆର ପ୍ରତିରକ୍ଷା ପରାମର୍ଶଦାତା କର୍ଣ୍ଣେଲ ଡ.ମୋସେସ ବିଟସ୍‍ ଏମଲୁଲାଙ୍କର ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବେସ୍‍ ହସପିଟାଲରେ ମୃତ୍ୟ ଘଟିଛି। ଗତ ସପ୍ତାହରେ ନ୍ୟୁଜିଲାଣ୍ଡ ଏବଂ ଫିଲିପାଇନ୍ସ ଦୂତାବାସ ପକ୍ଷରୁ ଅମ୍ଳଜାନ ସହାୟତା ଲୋଡାଯାଇଥିଲା। ଏଥିରୁ ଉକ୍ତ ଦୂତାବାସରେ କେହି କୋଭିଡ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଇତିମଧ୍ୟରେ କିଛି ରାଷ୍ଟ୍ର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେମାନଙ୍କର କୂଟନୀତିଜ୍ଞମାନଙ୍କୁ ସ୍ୱଦେଶ ଫେରାଇବା ଆରମ୍ଭ କରିଛନ୍ତି। ଥାଇଲାଣ୍ଡ ସରକାର ଏଠାରେ ଥିବା ଏକାଧିକ କୂଟନୀତିଜ୍ଞଙ୍କୁ ଫେରାଇ ନେବାପାଇଁ ଏକ ଏୟାର ଆମ୍ବୁଲାନ୍ସ ପଠାଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories