www.samajalive.in
Wednesday, December 10, 2025
16.1 C
Bhubaneswar

୧୬ କୋଟିରୁ ଅଧିକ କୋଭିଡ ଟିକା ମାଗଣା ଯୋଗାଇ ଦେଇଛି କେନ୍ଦ୍ର, ଲାକ୍ଷାଦ୍ଵୀପରେ ସର୍ବାଧିକ ୯.୭୬ ପ୍ରତିଶତ ଟିକା ନଷ୍ଟ

ଆଜିଠାରୁ ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣର ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ଥିବା ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଏ ପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୧୬ କୋଟି ୩୭ ଲକ୍ଷ ୬୨ ହଜାର ୩ ଶହ ଡୋଜ ମାଗଣା ଟିକା ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହି ଟିକା ମଧ୍ୟରୁ ୧୫ କୋଟି ୫୮ ଲକ୍ଷ ୪୮ ହଜାର ୭୮୨ ଡୋଜ ବ୍ୟବହାର ହୋଇଛି ଏବଂ ଏଥିରେ ନଷ୍ଟ ହୋଇଥିବା ଟୀକା ମଧ୍ୟ ରହିଛି। ଏବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୭୯ ଲକ୍ଷ ୧୩ ହଜାର ୫୨୮ ଡୋଜ ଟିକା ରହିଛି।

ଟିକା ଯୋଗାଣ ତାଲିକା ଅନୁଯାୟୀ ମହାରାଷ୍ଟ୍ରକୁ ସର୍ବାଧିକ ୧ କୋଟି ୬୩ ଲକ୍ଷ ୬୨ ହଜାର ୪୭୦ ଡୋଜ ଟିକା ଯୋଗାଇ ଦିଆଯାଇଥିବା ବେଳେ ଉତ୍ତରପ୍ରଦେଶରେ ସର୍ବାଧିକ ୧୨ ଲକ୍ଷ ୧୦ ହଜାର ୨୨୦ ଡୋଜ ଟିକା ବଳକା ରହିଛି ଓ ଲାକ୍ଷାଦ୍ଵୀପରେ ସର୍ବାଧିକ ୯.୭୬ ପ୍ରତିଶତ ଟିକା ନଷ୍ଟ ହୋଇଛି। ଅନ୍ୟପକ୍ଷରେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭ ଲକ୍ଷ ୩୧ ହଜାର ୧୧୦ ଡୋଜ ଟିକା ଯୋଗାଇ ଦିଆଯିବ ଫଳରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣର ମୁକାବିଲା ଏବଂ ଟିକା ଅଭାବ ଦୂର କରିବାରେ ଏହା ସହାୟକ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories