www.samajalive.in
Monday, December 8, 2025
27.1 C
Bhubaneswar

କଣ୍ଟେନମେଣ୍ଟ ଜୋନ ରେ ପିଇବା ପାଣି ସମସ୍ୟାକୁ ନେଇ ସାହିରେ ଉତ୍ତେଜନା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ୯ନମ୍ବର ୱାର୍ଡ କଣ୍ଟେଣ୍ଟମେଣ୍ଟ ଜୋନରେ ପାନୀୟ ଜଳ ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ମୈଦଲପୁର ୯ନମ୍ବର ୱାର୍ଡ ର ୩୫ରୁ ଉର୍ଦ୍ଧ୍ବ ଲୋକ କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ସେହି ୱାର୍ଡ କୁ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଅଛି । ଏହି ୯ନମ୍ବର ୱାର୍ଡ ରେ ୫୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ଏହି ୱାର୍ଡରେ ମାତ୍ର ଦୁଇଟି ନଳକୂପ ରହିଛି । ଦୁଇଟି ନଳକୂପ ଭିତରୁ ଗୋଟିଏ ଅଚଳ ହୋଇ ରହିଛି । ଯାହାଫଳରେ ୱାର୍ଡ ବାସୀ ଗୋଟିଏ ନଳକୂପ ଉପରେ ଭରସା କରି ଚଳିବାକୁ ପଡିଛି ।
ଅନ୍ୟପକ୍ଷେ ଆଜକୁ ପ୍ରାୟ ୫ ଦିନ ଦିନ ହେବ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି । ଯାହାଫଳରେ ଲୋକେ  ନାହିଁ  ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ନଳକୂପରୁ ଲୋକେ ଠିକ ରୂପେ ପାଣି ପାରୁ ନ ଥିବାରୁ ଅନ୍ୟ ୱାର୍ଡ ର ବୋରିଙ୍ଗ କୁ ପାଣି ଆଣିବାକୁ ଗଲେ ସେହି ସାହି ଏବଂ ନଳକୂପ ଆଖ ପାଖ ଲୋକ ସେମାନଙ୍କୁ କରୋନା ସଂକ୍ରମିତ ହୋଇଥିବାରୁ ପାଣି ନେବାକୁ ମନା କରିବାସହ ଘଉଡ଼ାଉଛନ୍ତି ବୋଲି ସ୍ଥାନୀୟ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ବର୍ତମାନ ଏହି ୱାର୍ଡ ରେ ଅଧିକାଂଶ ଲୋକେ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କୁ ପିଇବା ପାଣି ଯୋଗାଇ ଦେବାପାଇଁ ସ୍ଥାନୀୟ ସରପଞ୍ଚ ଏବଂ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅନୁରୋଧ କରିବା ପରେ ବି କୌଣସି ପଦକ୍ଷେପ ନ ନେବାରୁ ସ୍ଥାନୀୟ ସାହି ବାସିନ୍ଦା ରାସ୍ତା ଉପରକୁ ଆସି ପାଟିତୁଣ୍ଡ କରିବା ସହ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ କହିଥିଲେ । କିଛି ସମୟ ପାଇଁ ସେଠାରେ ଉତେଜନା ଦେଖିବାକୁ ମିଳିଥିଲା  । ଯଦି ଆସନ୍ତା କାଲି ସୁଦ୍ଧା ସେମାନଙ୍କ ସମସ୍ୟାର ସମାଧାନ ନ ହୁଏ ତାହେଲେ ରାସ୍ତା କୁ ଓହ୍ଲାଇବା ପାଇଁ  ସାହିର ଉତେଜିତ ଲୋକେ ଚେତାବନୀ ଦେଇଛନ୍ତି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories