www.samajalive.in
Monday, December 15, 2025
16.1 C
Bhubaneswar

ଜର୍ମାନୀରୁ ଆସିବ ୨୩ ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ; ପ୍ରତି ପ୍ଲାଣ୍ଟ ଘଣ୍ଟାକୁ ୨୪୦୦ ଲିଟର ଅକ୍ସିଜେନ ଉତ୍ପାଦନ କରିପାରିବ

ନୂଆଦିଲ୍ଲୀ: ଦେଶରେ କୋଭିଡ ମୁକାବିଲା କ୍ଷେତ୍ରରେ ଅକ୍ସିଜେନ ଅଭାବ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିମାନ ଯୋଗେ ଏହି ମୋବାଇଲ ପ୍ଲାଣ୍ଟଗୁଡିକୁ ଅଣାଯିବ। ପ୍ରତ୍ୟେକ ପ୍ଲାଣ୍ଟ ମିନିଟକୁ ୪୦ ଲିଟର ବା ଘଣ୍ଟାକୁ ୨୪୦୦ ତରଳ ଅକ୍ସିଜେନ ଉତ୍ପାଦନ କରିପାରିବ।
ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ମୋବାଇଲ ପ୍ଲାଣ୍ଟଗୁଡିକ ଅଣାଯାଇ ତାହାକୁ ଦେଶର ବିଭିନ୍ନ ଭାଗରେ କୋଭିଡ ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ସେନା ହସପିଟାଲଗୁଡିକରେ ରଖାଯିବ। ଏହାଦ୍ୱାରା ଅକ୍ସିଜେନ ଅଭାବ ଜନିତ ସମସ୍ୟାର ମୁକାବିଲା କରାଯାଇପାରିବ। ଅନ୍ୟଏକ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଶସ୍ତ୍ର ବାହିନୀ ମେଡିକାଲ ସେବା (ଏଏଫଏମଏସ)ରେ ଥିବା ୨୩୮ ଜଣ ସର୍ଟ ସର୍ଭିସ କମିଶନ୍‍ଡ ଡାକ୍ତରଙ୍କ ଚାକିରୀ କାଳ ଆଗାମୀ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଦେଶରେ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଅଭାବ ସମସ୍ୟାକୁ କିଛିଅଂଶରେ ଦୂର କରାଯାଇପାରିବ। ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ମୋବାଇଲ ଅକ୍ସିଜେନ ପ୍ଲାଣ୍ଟଗୁଡିକୁ ସପ୍ତାହକ ମଧ୍ୟରେ ବିମାନ ଯୋଗେ ଭାରତ ଅଣାଯିବ। ସେଥିପାଇଁ ଭାରତୀୟ ବାୟୁସେନା ତାହାର ପରିବହନକାରୀ ବିମାନଗୁଡିକୁ ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏହାବ୍ୟତୀତ ଆଉ ଅଧିକ ଅକ୍ସିଜେନ ଉତ୍ପାଦନକାରୀ ପ୍ଲାଣ୍ଟ ମଧ୍ୟ ବିଦେଶରୁ ଅଣାଯାଇପାରେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories