www.samajalive.in
Saturday, December 13, 2025
27.1 C
Bhubaneswar

ଲଘୁବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଉଦଘାଟିତ

ଫୁଲବାଣୀ: କନ୍ଧମାଳ ଜିଲାର ସଦରମହକୁମା ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ବନାଞ୍ଜଳ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ବୁଧବାର ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଜିଲାରୁ ଉତ୍ପାଦନ ହେଉଥିବା ଫୁଲଝାଡ଼ୁ, ମହୁ, ଝୁଣା, ଖଲିପତ୍ର ଆଦି ବିିଭିନ୍ନ ବନଯାତ ଦ୍ରବ୍ୟକୁ ଏଠାରେ ବିକ୍ରି କରାଯିବ। ଜଙ୍ଗଲରୁ ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମାଞ୍ଚଳ ଅଧିବାସୀମାନେ ଏଣିକୁ ଉପଯୁକ୍ତ ମୂଲ୍ୟ ପାଇ ପାରିବେ ବୋଲି ଡ଼ି.ଏଫ୍‍.ଓ ପ୍ରକାଶ କରିଛନ୍ତି। ପୂର୍ବରୁ ଆଦିବାସୀମାନେ ସେମାନଙ୍କର ସଂଗୃହୀତ ଲଘୁବନଜାତ ଦ୍ରବ୍ୟ କମ୍‍ ଦରରେ ବିିଭିନ୍ନ ବ୍ୟବସାୟୀ ମାନଙ୍କୁ ବିକ୍ରି କରୁଥିଲେ। ତେବେ ବର୍ତ୍ତମାନ ମିହଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଦ୍ୱାରା ସରକାରୀ ଧାର୍ଯ୍ୟ ମୂଲ୍ୟରେ ଲଘୁବନଜାତ ଦ୍ରବ୍ୟ କ୍ରୟ କରିବେ। ଫଳରେ ସେମାନେ ଉପଯୁକ୍ତ ମୂଲ୍ୟ ପାଇ ପାରିବା ସହିିତ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ଘଟିବ ବୋଲି ବନ ବିଭାଗର ଡ଼ିଏଫ୍‍.ଓ ଶ୍ରୀ ବେହେରା କହିଛନ୍ତି।

ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‍ ଭୌରବ ଚନ୍ଦ୍ର ବେହେରା ଓ ବିକ୍ରମ ଦେବ ପଯନାୟକ, ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ସେଠୀ, ଏଜେୱାଇ ସଂଯୋଜକ ସଂଜୟ ପଟନାୟକ, ପାହାଡ଼ ଅନୁଷ୍ଠାନର ସଂପାଦକ ପଂଚାନନ ମିଶ୍ରଙ୍କ ସମେତ ବିଭିନ୍ନ ବନ ସୁରକ୍ଷା ସମିତିର ସଭ୍ୟା ଓ ମହିଳା ସ୍ୱୟଂ ସହାୟଗ ଗୋଷ୍ଠିର ସଦସ୍ୟା ମାନେ ଉପସ୍ଥିତ ଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories