www.samajalive.in
Saturday, December 13, 2025
27.1 C
Bhubaneswar

ଟିଟିଲାଗଡ଼ରେ ନୂଆ ମାର୍କେଟ ନେଇ ବଢିଲା ଚିନ୍ତା

ଟିଟିଲାଗଡ଼: କରୋନା ଲହର ସହର ଟିଟିଲାଗଡରେ ଘରକୁ ଘର ବ୍ୟାପୀ ଯାଇଛି। ଏନେଇ ବୁଧବାର ସନ୍ଧ୍ୟା ଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରରେ ସାନ୍ଧ୍ୟ ଆଇନ୍‍, ସପ୍ତାହାନ୍ତ ବନ୍ଦ ଲାଗୁ ହୋଇଛି। ଅପର ପକ୍ଷରେ ସହରର ବିଭିନ୍ନ ଛକ, ରାସ୍ତା ଘାଟ ଗଛ ତଳେ ରହିଥିବା ପରିବା ଦୋକାନ ଗୁଡିକ ଟିଟିଲାଗଡ ହାଇସ୍କୁଲ ପଡିଆ ଓ ଡିଏଭି କଲେଜ ପଡିଆକୁ ସ୍ଥାନାନ୍ତରଣ କରାଯାଇଛି। ପୂର୍ବରୁ ସହରର ବିଭିନ୍ନ ଅଞ୍ଚଳର ରାସ୍ତା କଡରେ ଦୋକାନ ରହିଥିବା ବେଳେ ଏବେ ସମସ୍ତ ଦୋକାନ ପାଖାପାଖି ଯୋଡି ହୋଇ ବସିବା ନେଇ ନାଗରିକ ମହଲରେ ସଂକ୍ରମଣ ପାଇଁ ଦ୍ୱାର ଖୋଲିଲା ବୋଲିଲା ଚିନ୍ତା ପ୍ରକାଶ ପାଇଛି।

ଅଦ୍ୟାବଧି ସହରର ହାଟପଦା ବଜାର ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ପଞ୍ଜୀକୃତ ପରିବା ଦୋକାନୀଙ୍କ ପାଇଁ କୌଣସି ଭେଣ୍ଡିଂ ଜୋନ ସ୍ଥାପନ ହୋଇପାରିନାହିଁ। ଗତ ପେବୃୟାରି ୯ରେ ଥାନା ଛକ ସମ୍ମୁଖରେ ପରିବା ଦୋକାନ ଉପରେ ଏକ ଟିପର ଗାଡି ମାଡିଯିବାରୁ ଜଣେ ମହିଳା କ୍ରେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ସହ ଅନେକ ଆହତ ହୋଇଥିଲେ। ହାଟପଦା ପଡାର ପରିବା ବିକାଳି ବୃଦ୍ଧା ସତ ବେହେରା ଅଦ୍ୟାବଧି ଦୁଇ ଥର କଟକ ଯାଇ ନିଜ ଚିକିତ୍ସା ପରେ ମଧ୍ୟ ଶଯ୍ୟାଶାୟୀ ହୋଇପଡିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳିନି। ସ୍ଥାନୀୟ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡଙ୍ଗୀ, ନାରୀ ନେତ୍ରୀ ଅଞ୍ଜଳି ବେହେରା, ମନ୍ତ୍ରୀ ଟୁକୁନୀ ସାହୁ ସମସ୍ତ ଆହତ ଓ ମୃତକଙ୍କୁ ଉପଯୁକ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରଲିଫ ପାଣ୍ଠିରୁ ସହାୟତା ନିବେଦନ କରିଥିଲେ। ହେଲେ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ଏକ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ପଠାଇଥିବା କହି ସହାୟତା ଦେବାରୁ ସତ ବେହେରାଙ୍କ ମଜୁରିଆ ପୁଅ ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲି ବୋଲି ନେଇନଥିବା କହିଛନ୍ତି।

- Advertisement -

ଗାଡି ଚାପି ଦେବାରୁ ପ୍ରାୟ ଦଶ ହଜାର ଟଙ୍କାର ପରିବା ନଷ୍ଟ ସହ ଚିକିତ୍ସା ପାଇଁ ୪୦ ହଜାର ଟଙ୍କା ଧାର ଉଧାର କରି ଖର୍ଚ୍ଚ କରିସାରିଥିବା ମିଥୁନ କହିଛନ୍ତି। ତେବେ କୌଣସି ଭେଣ୍ଡିଂ ଜୋନ ନିର୍ମାଣ ବଦଳରେ ୪୨ ଡିଗ୍ରୀ ଖରାରେ ଖୋଲା ଆକାଶ ତଳେ ପରିବା ବିକାଳିଙ୍କୁ ବସାଇବା ଅତ୍ୟନ୍ତ ଅମାନବୀୟ ଘଟଣା ବୋଲି ଟିଟିଲାଗଡ ବରିଷ୍ଠ ନାଗରିକ କମିଟି ସଭାପତି ଅଶ୍ୱିନୀ ମହାନ୍ତି, ଗରିବ ସେନା ସଭାପତି ବିରେନ୍ଦ୍ର ବାଗ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ପ୍ରଶାସନ ଧ୍ୟାନ ଦେବାକୁ ଦାବି ହୋଇଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories