www.samajalive.in
Saturday, December 13, 2025
23.1 C
Bhubaneswar

ଶିକ୍ଷାନୁଷ୍ଠାନରେ କରୋନା କଟକଣା ଲାଗୁ

-ପାଳି କରି ବିଦ୍ୟାଳୟ ଆସିବେ ଶିକ୍ଷକ,ଶିକ୍ଷୟିତ୍ରୀ, -ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିବା ମନା

ଭୁବନେଶ୍ୱର : ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୋମବାରଠାରୁ ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ହୋଇଛି। ଏହି ସମୟ ମଧ୍ୟରେ ଶିକ୍ଷକଙ୍କ କାର୍ଯ୍ୟ ଓ ନିୟମକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଆଲୋକ କୁମାର କର ବିଭାଗ ଅଧୀନରେ ଥିବା ସମସ୍ତ ନିର୍ଦେଶାଳୟର ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି।
ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟର ୫୦% ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଆସିବେ। ଶିକ୍ଷକ ଶିକ୍ଷୟିତ୍ରୀ ପାଳି କରି ବିଦ୍ୟାଳୟକୁ ଆସିବେ। ଶିକ୍ଷାନୁଷ୍ଠାନ ମୁଖ୍ୟ କେବେ କେଉଁମାନେ ଆସିବେ ସେନେଇ ନିଷ୍ପତ୍ତି ନେବେ। ୫୦% ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ପାଠପଢ଼ା ଚାଲିବ। ଶିକ୍ଷାନୁଷ୍ଠାନର ମୁଖ୍ୟ କାର୍ଯ୍ୟ ସମ୍ବନ୍ଧ‌ୀୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ନାମଲେଖା, ପାଠ୍ୟପୁସ୍ତକ ବଣ୍ଟନ, ମଧ୍ୟାହ୍ନଭୋଜନ ପରିଚାଳନା ଭଳି କାମ କରିବେ। ଆବଶ୍ୟକ ସ୍ଥଳେ ଜିଲା ପ୍ରଶାସନ ପକ୍ଷରୁ ଯାହା କାର୍ଯ୍ୟ ଦିଆଯିବ ତାକୁ ତୁଲାଇବେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାମ କରୁଥିବା ଅଞ୍ଚଳରେ ରହିବେ। କୌଣସି ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା କର୍ମଚାରୀ ଛୁଟି ନେବାକୁ ଚାହିଁଲେ ଶିକ୍ଷାନୁଷ୍ଠାନ ମୁଖ୍ୟ, ବ୍ଲକ ଶିକ୍ଷା ଅଧିକାରୀ(ବିଇଓ),ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ଜରିଆରେ ଜିଲାପାଳଙ୍କଠାରୁ ଅନୁମତି ନେବେ। କୌଣସି ପ୍ରକାରର ତ୍ରୁଟିକୁ ବରଦାସ୍ତ କରାଯିବନି ବୋଲି ଚିଠିରେ ଉଲ୍ଲେଖ ଅଛି।
ସେହିପରି ରାଜ୍ୟରେ ସମସ୍ତ ସରକାରୀ ଓ ବେସରାକାରୀ କନିଷ୍ଠ ମହାବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ତୁରନ୍ତ ଛାତ୍ରାବାସ ଖାଲି କରିବେ। ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରାଯିବ। ୫୦ % କର୍ମଚାରୀ ଓ ଅଧ୍ୟାପକରେ ଶିକ୍ଷାନୁଷ୍ଠାନ ଚାଲିବ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କାର୍ଯ୍ୟ ଆବଣ୍ଟନ କରିବେ। କାମ ନଥିଲେ ମଧ୍ୟ ଅଧ୍ୟାପକ ମୁଖ୍ୟାଳୟରେ ରହିବେ। ଆବଶ୍ୟକସ୍ଥଳେ କନିଷ୍ଠ ମହାବିଦ୍ୟାଳୟରୁ ‌ଫୋନ୍‌ ଆସିବା ମାତ୍ରେ ଅଧ୍ୟାପକ କାମରେ ଯୋଗଦେବେ। ଏନେଇ ସଂପୃକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପଦକ୍ଷେପ ନେବେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories