www.samajalive.in
Monday, December 15, 2025
17.1 C
Bhubaneswar

ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ ହକିଂଙ୍କ ପରଲୋକ

ଲଣ୍ଡନ : ବିଶ୍ୱ ପ୍ରସିଦ୍ଧ ପଦାର୍ଥ ଏବଂ ବିଶ୍ୱତତ୍ତ୍ୱ ବିଜ୍ଞାନୀ ଷ୍ଟିଫେନ୍‌ ହକିଂଙ୍କ ୭୬ ବର୍ଷ ବୟସରେ ବ୍ରିଟେନର କେମ୍ବ୍ରିଜସ୍ଥିତ ତାଙ୍କ ବାସଭବନରେ ବୁଧବାର ପରଲୋକ ଘଟିଛି । ୧୯୬୩ରେ ମାତ୍ର ୨୧ ବର୍ଷ ବସୟରେ ସେ ଏକ ବରିଳ ରୋଗ ଆମିଓଟ୍ରୋଫିସ୍‌ ଲାଟେରାଲ ସ୍କେଲେରୋସିସି (ଏଏଲଏସ୍‌)ରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗରେ ପୀଡ଼ିତ ଥାଇ ଦୀର୍ଘ ୫ ଦଶନ୍ଧି ଧରି ସେ ବିଭିନ୍ନ ଆବିଷ୍କାର କରି ବିଶ୍ୱ ବିଖ୍ୟାତ ହୋଇଥିଲେ । ଷ୍ଟିଫେନ ହକିଂଙ୍କ ପୁଅ ଲୁସି ରୋବର୍ଟ ଏବଂ ତାଙ୍କ ଟିମ୍‌ ଦେହାନ୍ତର ସୂଚନା ଦେଇଛନ୍ତି ।

ହକିଂ କୃଷ୍ଣ ଗର୍ତ୍ତ (ବ୍ଲାକ୍‌ ହୋଲ)ର ଅନେକ ରହସ୍ୟ ଉପରୁ ପରଦା ଉଠାଇବାରେ ସଫଳ ହୋଇଥିଲେ । ୧୯୪୨ ଜାନୁଆରୀ ୮ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂଲଣ୍ଡର ଅକ୍ସଫୋର୍ଡରେ ଷ୍ଟିଫେନ ଜନ୍ମଗ୍ରହଣ କରିଥିଲେ । ଗାଲିଲିୟୋଙ୍କ ମୃତ୍ୟୁର ଠିକ୍‌ ୩୦୦ ବର୍ଷ ପରେ ହକିଂ ଜନ୍ମଗ୍ରହଣ କରିଥିଲେ । ୧୯୮୮ରେ ସେ ତାଙ୍କ ପୁସ୍ତକ ‘ଏ ବ୍ରିଫ ହିଷ୍ଟ୍ରି ଅଫ ଟାଇମ ; ଫର୍ମ ଦ ବିଗ ବ୍ୟାଙ୍ଗ ଟୁ ବ୍ଲାକ୍‌ ହୋଲ୍ସ’ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ବିଶ୍ୱତତ୍ତ୍ୱ ବା ବିଶ୍ୱ ସୃଷ୍ଟି ନେଇ ପ୍ରକାଶିତ ତାଙ୍କ ପୁସ୍ତକ ୧ କୋଟିରୁ ଅଧିକ ବିକ୍ରି ହେବାରେ ରେକର୍ଡ ସୃଷ୍ଟି କରିଥିଲା ।

- Advertisement -

ଏଏଲଏସ୍‌ ରୋଗରେ ଆକ୍ରାନ୍ତ ଲୋକ ମାତ୍ର ୨ରୁ ୫ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିଲାବେଳେ ଷ୍ଟିଫେନ୍‌ ୫ ଦଶନ୍ଧି ଧରି ଜୀବିତ ରହିଥିଲେ । ଏହି ରୋଗରେ ପଡ଼ିବା ପରଠାରୁ ସେ ଚଲାବୁଲା କରିପାରୁନଥିଲେ । ଫଳରେ ଏକ ହ୍ୱିଲ୍‌ ଚେୟାର ଯୋଗେ ସେ ଯାତାୟତ କରୁଥିଲେ । ସେ ଏହି ରୋଗରେ ପୀଡ଼ିତ ଥାଇ ନିଜ ପାଠପଢା ଶେଷ କରିଥିଲେ ଓ ଆବିଷ୍କାରରେ ବିଶ୍ୱକୁ ଚକିତ କରାଇଥିଲେ ।

ଷ୍ଟିଫେନ ଜୀବନ କାଳରେ ୧୩ଟି ସମ୍ମାନଜନକ ଆୱାର୍ଡ ପାଇଥିଲେ । ଷ୍ଟିଫେନଙ୍କୁ ୧୯୮୨ରେ ସିବିଇ ସମ୍ମାନ, ୧୯୮୮ରେ ଓଲ୍ଫ ପାଇଣ୍ଡେସନ ସମ୍ମାନ,୧୯୮୯ରେ କମ୍ପାନିଅନ ସମ୍ମାନ, ୨୦୦୬ରେ କୋପଲେ ମେଡାଲ, ୨୦୦୯ରେ ପ୍ରେସିଡେଣ୍ଟାଲ ମେଡାଲ ଅଫ ପ୍ରିଡମ, ୨୦୧୩ରେ ଫଣ୍ଡାମେଣ୍ଟାଲ ଫିଜିକ୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories