www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ଠାରୁ ସମ୍ବଲପୁରରେ ସାପ୍ତାହିକ ସଟଡାଉନ ଓ ନାଇଟ କର୍ଫ୍ୟୁ ଆରମ୍ଭ 

ସମ୍ବଲପୁର : ରାଜ୍ୟରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରୀର ପ୍ରଭାବରେ ସମ୍ବଲପୁର ଜିଲ୍ଲା ରେ ଏବେ କରୋନା ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଜିଲ୍ଲା ରେ ଗତ ୫ ଦିନ ହେବ ଦୈନିକ ସଂକ୍ରମଣ ଶତକ ପାର କରୁଛି । ଏଥିପାଇଁ ଆଜି ଠାରୁ ଜିଲ୍ଲା ରେ ସାପ୍ତାହିକ ସଟଡାଉନ ସହ ସନ୍ଧ୍ୟା ୬ ଟାରୁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ସଟଡାଉନର ପ୍ରଥମ ଦିନରେ ଏହାର ବେଶ ପ୍ରଭାବ ଦେଖିବାକୁ ମିଲିଥିଲା ।

ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ମହାମାରୀ କରୋନା ପାଇଁ ପରିସ୍ଥିତି ଚିନ୍ତାଜନକ। ପ୍ରତିଦିନ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶତକ ମୁହାଁ ହୋଇ ନୂଆ ରେକର୍ଡ ସୃଷ୍ଟି କରୁଥିବା ବେଳେ ପୂର୍ବରୁ ଲୋକେ କଟକଣା ମାନୁ ନ ଥିବାରୁ ଆଜି ଜିଲ୍ଲା ରେ କରୋନା ପରିସ୍ଥିତି ଅଣାୟତ ହେଇଥିବା ନେଇ ଚର୍ଚ୍ଚା ହେଉଛି । ଆଜିଠାରୁ ଆରମ୍ଭ ହୋଇଥିବା ସାପ୍ତାହିକ ଦୁଇଦିନିଆ ସଟଡାଉନ ସମ୍ବଲପୁର ମହାନଗର ନିଗଗ ଅନ୍ତର୍ଗତ ସମ୍ବଲପୁର , ବୁର୍ଲା ,ହିରାକୁଦ ସହର ସମେତ ଜିଲ୍ଲା ର କୁଚିଣ୍ଡା ଏନଏସି , ରେଡାଖୋଲ ଏନଏସି ରେ ଲାଗୁ ହୋଇଛି । ଏହି ସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସେବା କୁ ବାଦ ଦେଇ ଅନ୍ୟ ସବୁ ଦିଗରେ କଟକଣା ଲାଗୁ କରାଯାଇଛି । ଏଥିସହ ସଂଧ୍ୟା ୬ ଟାରୁ ସକାଳ ୫ ଟା ଯାଏ ରାତ୍ରୀକାଳିନ କର୍ଫ୍ୟୁ ଘୋଷଣା କରାଯାଇଛି । ଏଥିପାଇଁ ସମ୍ବଲପୁର ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

ସମ୍ବଲପୁର ଜିଲ୍ଲା ରେ କରୋନା ଗ୍ରାପ ଉପରମୁହାଁ ହେବା ସହ ପରିସ୍ଥିତି ନିୟନ୍ତ୍ରଣ ବାହାରେ ହେବା ଭଳି ମନେହେଉଛି । ଜିଲ୍ଲା ରେ ବର୍ତ୍ତମାନ ୧୧୩୭୯ ଲୋକ ସଂକ୍ରମଣର ଶିକାର ହେବା ସହ ପ୍ରତିଦିନ ହୁ ହୁ ହୋଇ ବଢିଚାଲିଛି ଏହି ସଂଖ୍ୟା । ସଟଡାଉନ ପରିପ୍ରେକ୍ଷୀରେ ସମ୍ବଲପୁର ସହରର ବିଭିନ୍ନ ପ୍ରମୁଖ ଛକ ମାନଙ୍କ ରେ ଚେକିଂ ପୋଷ୍ଠ କରାଯାଇ ଆମାନିଆ ମାନଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ କଡା ତାଗିଦ ମଧ୍ୟ କରାଯାଉଛି । ସମ୍ବଲପୁର ଏସପି ଓ ଅତିରିକ୍ତ ଏସପି ନିଜେ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଯେପରି ସଟଡାଉନ କଡାକଡି କାର୍ଯ୍ୟକାରୀ ହେବ ସେ ନେଇ ନିଜେ ପରିସ୍ଥିତିର ତଦାରଖ କରୁଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories