www.samajalive.in
Sunday, December 7, 2025
16.1 C
Bhubaneswar

୧୯ରୁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ, ଆସିବେ ୫୦% କର୍ମଚାରୀ, ଅନଲାଇନରେ ସରିବ କୋର୍ସ

ରାଜ୍ୟରେ ଆସନ୍ତା ୧୯ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବନ୍ଦ ରହିବା ଓ ସମସ୍ତ ପରୀକ୍ଷା ବନ୍ଦ ରଖିବା ନେଇ ଘୋଷଣା ପରେ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେହିଦିନରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ, ବେସରକାରୀ, ଘରୋଇ ଓ ଅନୁଦାନ ତଥା ଅଣ-ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି। ଏପ୍ରିଲ ୧୯ରୁ ସମସ୍ତ ଥିଓରୀ ଓ ପ୍ରାକ୍ଟିକାଲ କ୍ଲାସ ବନ୍ଦ ରହିବା ସହ ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ପ୍ରଭାବ ହ୍ରାସ ହେଲେ ନୂଆ ପରୀକ୍ଷା ସୂଚୀ ପ୍ରକାଶ ପାଇବ।


ଏହି ନିର୍ଦ୍ଦେଶନାମାରେ ଆସନ୍ତା ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ ରଖିବା ସହ ଅନ୍ତେବାସୀମାନଙ୍କୁ ହଷ୍ଟେଲ ଖାଲି କରିବା ପାଇଁ କୁହାଯାଇଛି। ଅନ୍ୟ ପକ୍ଷରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକୁ ୫୦ ପ୍ରତିଶତ କର୍ମଚାରୀ ଆସିବେ। ସମ୍ପୃକ୍ତ ଅନୁଷ୍ଠାନ ମୁଖ୍ୟ କର୍ମଚାରୀଙ୍କ ସହ ପରାମର୍ଶ କରି ରୋଟେସନ ଭିତ୍ତିରେ କର୍ମଚାରୀମାନଙ୍କୁ ଶିକ୍ଷାନୁଷ୍ଠାନକୁ ଆସିବାକୁ ଅନୁମତି ଦେବେ। ରୋଷ୍ଟର ଡ୍ୟୁଟି ଅନୁଯାୟୀ ଅଧ୍ୟାପକ/ଅଧ୍ୟାପିକାମାନେ ନିଜ ଘରୁ କିମ୍ବା କଲେଜରୁ ଅନଲାଇନ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ କରିବେ ଓ କୋର୍ସ ସମାପ୍ତ କରିବେ।

- Advertisement -

ତେବେ ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନ ସ୍ୱାସ୍ଥ୍ୟ ତଥା ମେଡିକାଲ ସମ୍ବନ୍ଧୀୟ ଶିକ୍ଷାଦାନ କରୁଥିବେ, ସେମାନଙ୍କ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ ନାହିଁ। ସେଭଳି ଶିକ୍ଷାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଲଗା ନିର୍ଦ୍ଦେଶାବଳୀ ଜାରି କରିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories