www.samajalive.in
Tuesday, December 9, 2025
19.1 C
Bhubaneswar

ବିନା ହେଲମେଟରେ ସ୍କୁଟି ଚଲାଉଥିଲେ ବିଜେପି ନେତ୍ରୀ ; ଚାଲାଣ କାଟିବାରୁ ମହିଳା ଥାନା ସମ୍ମୁଖରେ ଧାରଣା

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରେ ମହିଳା ଥାନା ସମ୍ମୁଖରେ ବିଜେପି ନେତ୍ରୀଙ୍କ ହେଲମେଟ ପାଇଁ ଚାଲାଣ କଟାଯିବାକୁ ନେଇ ହୋଇଛି ହଙ୍ଗାମା। ନେତ୍ରୀଜଣକ ଚାଲାଣ କାଟିଥିବା ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏହାସହିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସେ ଧାରଣାରେ ମଧ୍ୟ ବସିଥିଲେ। ଚାଲାଣ କାଟିଥିବା ଉକ୍ତ ମହିଳା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଖବର ପାଇ ମହିଳା ଥାନା ପ୍ରଭାରୀ ଓ ସିଭିଲ୍‍ ଲାଇନ୍ସ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଜେପି ନେତ୍ରୀଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା। ଇନ୍ସପେକ୍ଟରଙ୍କ କହିବାନୁସାରେ, ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇଥିଲା, ଯାହା ଏବେ ଦୂର ହୋଇଯାଇଛି। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ସୂଚନା ଅନୁସାରେ, ବିଜେପିର ମଣ୍ଡଳ କାର୍ଯ୍ୟକର୍ତ୍ତା ମୋନିକା ଗୌତମ କୌଣସି କାମରେ ସିଓ ସିଭିଲ୍‍ ଲାଇନ୍‍ କାର୍ଯ୍ୟାଳୟ ଯାଇଥିଲେ। ସେ ବାହାରକୁ ବାହାରିବା ପରେ ଏସଆଇ ରଜନୀ ତୋମର ମହିଳା ପୁଲିସ ଷ୍ଟେସନ ସମ୍ମୁଖରେ ଗାଡ଼ି ଯାଞ୍ଚ କରୁଥିଲେ। ହେଲ୍‍ମେଟ୍‍ ପିନ୍ଧି ନ ଥିବାରୁ ବିଜେପି ନେତ୍ରୀ ଓ ଏସଆଇଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ମହିଳା ଏସଆଇଜଣକ ଚାଲାଣ କାଟିବାକୁ ଜିଦ୍‍ ଧରିଥିଲେ। ସେହି ସମୟରେ ମୋନିକା ଗୌତମ ଚାଲିଯାଇଥିଲେ। କିଛି ସମୟ ପରେ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତାଙ୍କୁ ଧରି ସେ ମହିଳା ଥାନାରେ ପହଞ୍ଚିଥିଲେ ଏବଂ ଅଭିଯୋଗ କରିଥିଲେ ଯେ, ପୁଣି ଥରେ ଏସଆଇ ରଜନୀ ତୋମର ତାଙ୍କ ସହ ଅସଦାଚରଣ କରିଛନ୍ତି। ଏହାପରେ ସେ କର୍ମକର୍ତ୍ତାଙ୍କ ସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ତାଙ୍କ କହିବାନୁସାରେ, ବିଜେପି କର୍ମୀଙ୍କ ସହ ପୁଲିସ ପାତରଅନ୍ତର କରୁଛି।

- Advertisement -

ଖବର ପାଇ ମହିଳା ଥାନା ପ୍ରଭାରୀ ନିଧି ଚୌଧୁରୀ ଓ ସିଭିଲ ଲାଇନ ଇନ୍ସପେକ୍ଟର ସହଂସରବୀର ସିଂହ ଘଟଣାସ୍ଥଳରେ ପହଞ୍ଚି ବିଜେନି ନେତ୍ରୀ ଓ କର୍ମକର୍ତ୍ତାଙ୍କୁ ବୁଝାସୁଝା କରିଥିଲେ। ସେହି ସମୟରେ ବିଜେପିର ଅନ୍ୟ ପଦାଧିକାରୀମାନେ ମଧ୍ୟ ମହିଳା ଥାନାରେ ଆସି ପହଞ୍ଚିଥିଲେ।

 

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories