www.samajalive.in
Saturday, December 6, 2025
26.1 C
Bhubaneswar

କାର-ଅଟୋ ମୁଁହାମୁହିଁ ଧକ୍କା, ଜଣେ ମୃତ

ବେଗୁନିଆ: ବେଗୁନିଆ ବ୍ଲକ ସିମୋର ପଂଚାୟତ କାର୍ଯ୍ୟାଳୟ ସାମନାରେ ଅଟୋ ସହ ଏକ କାର ମୁଁହାମୁହିଁ ଧକ୍କା ହେବା ଫଳରେ ୧୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏମ୍ସରେ ମୃତ୍ୟୁ ବରଣ କରିଥିବାର ବାଘମାରୀ ପୋଲିସ ସୂତ୍ରରୁ ଜଣାପଡିଛି। କିନ୍ତୁ ଉଭୟ ପକ୍ଷରୁ କେହି ଏ ସଂକ୍ରାନ୍ତରେ ବାଘମାରୀ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି। ପୋଡାଡିହ ପଂଚାୟତ ଅନ୍ତର୍ଗତ ତଳଗଡ ଆଦିବାସୀ ସାହିର ଗୋଟିଏ ପରିବାର ଲୋକମାନେ ଏକ ଅଟୋରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ କୋଟସିଂହା ଗ୍ରାମକୁ ଯାଉଥିବା ବେଳେ ସମ୍ପୃକ୍ତ ସ୍ଥାନରେ କଳାପଥରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଏକ ମାରୁତି ସ୍ୱିଫ୍ଟ କାର ସହ ସମ୍ନାସାମ୍ନି ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଯାତ୍ରୀମାନେ ତଳକୁ ଛିଟିକି ପଡି ଆହତ ହୋଇଥିଲେ।

ଅଟୋ ଚାଳକ ପ୍ରମୋଦ ନାୟକ, ଶଶୀ ବେହେରା, ମୁନି ବେହେରା, ଅନିଶା ବେହେରା, ଶ୍ରାବଣୀ ବେହେରା, ଶୁଭଶ୍ରୀ ବେହେରା, ମାମୁନି ବେହେରା, ଆୟୁଷ ବେହେରା, ଦୀପକ ବେହେରା, ଆଶିଷ ବେହେରା ଏବଂ ନରେଶ ଜେନାଙ୍କ ସମେତ ୧୩ ଜଣ ଆହତ ହୋଇ ଚିକିସ୍ଥିତ ହେଉଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣାସ୍ଥଳରୁ ଆହତମାନଙ୍କୁ ଦୁଇଟି ଆମ୍ବୁଲାନ୍ସରେ ପ୍ରଥମେ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ବାସନ୍ତୀ ବେହେରା ସେଠାରେ ମୃତ୍ୟୁ ବରଣ କରିଛନ୍ତି। ବାଘମାରୀ ପୋଲିସ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories