www.samajalive.in
Saturday, December 6, 2025
15.1 C
Bhubaneswar

ଆଗୁଆ ପଦକ୍ଷେପ, କ୍ଲଷ୍ଟର ଟିଏମସି ଏବଂ କୋଭିଡ କେୟାର ହୋମ୍‍ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ

ହରଭଙ୍ଗା: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢାଇଛି। ମହାମାରୀ କରୋନାର ଲେଉଟାଣିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରବାସୀଙ୍କ ଫେରିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରୀପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଦୁଇଟି କ୍ଲଷ୍ଟର ଟି.ଏମ.ସି , ୨୨ଟି କୋଭିଡ କେୟାର ହୋମ ଏବଂ ୬ଟି ଟି.ଏମ.ସି କେନ୍ଦ୍ର ପ୍ରସ୍ତୁତ ପାଇଁ କାର୍ଯ୍ୟ ତ୍ୱାରାନ୍ୱିତ ହୋଇଛି। ସୂଚନା ଅନୁସାରେ ବର୍ତମାନ ବ୍ଲକର ବୀରନରସିଂହପୁର ଏବଂ ବାଣୀଭୁଷଣପୁରରେ ଦୁଇଟି କ୍ଲଷ୍ଟର ଟି.ଏମ.ସି ଖୋଲାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ସେହିପରି ବାଣୀଭୁଷଣପୁର, ପୁରୁଣାକଟକ, ଆଡେଣିଗଡ, ଛତ୍ରଙ୍ଗ, ତଳଗାଁ, ବୀରନରସିଂହପୁର ଭଳି ୬ଟି ଟିଏମସିକୁ ପ୍ରସ୍ତୁତ କରାଯାଇଛି। ପ୍ରତି ପଂଚାୟତରେ ୧୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମଗୁଡିକୁ ମଧ୍ୟ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି। ଏ ସଂର୍ପକରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେରଙ୍କୁ ପଚାରିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଟି.ଏମ.ସି, କୋଭିଡ କେୟାର ହୋମ ଏବଂ କୋଭିଡ କେୟାର କେନ୍ଦ୍ରଗୁଡିକୁ ପ୍ରସ୍ତୁତ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ କରୋନା ପ୍ରୋଟକଲ ମାନିବାକୁ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି ବୋଲି କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories